ଢେଙ୍କାନାଳ ଷଷ୍ଠ ଜିଲ୍ଲା ପରିଷଦର ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ l

ଢେଙ୍କାନାଳ (ଆମ ଓଡ଼ିଶା ଖବର )ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଜନା ପୁଦ୍ଧାଣଙ୍କ ସଭାପତିତ୍ବରେ ଢେଙ୍କାନାଳ ଷଷ୍ଠ ଜିଲ୍ଲା ପରିଷଦର ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡିକର ସୁଫଳ ଜନସାଧାରଣଙ୍କ ପାଖରେ ନିଶ୍ଚିତ ପହ‌ଞ୍ଚିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।

ଜିଲ୍ଲାକୁ ଅଧିକରୁ ଅଧିକ ଉନ୍ନ‌ତ କରିବା ନିମନ୍ତେ ଜିଲ୍ଲା ପରିଷଦର ଭୂମିକା ଗୁରୁତ୍ବପୂର୍ଣ । ଜନସାଧାରଣଙ୍କୁ ସେବା ଯୋଗାଇ ଦେଇ ସର୍ବାଙ୍ଗୀନ ବିକାଶ ସମସ୍ତଙ୍କର କାମ୍ୟ ହେବା ଉଚିତ ବୋଲି ମାନ୍ୟବର ବିଧାୟକ ଡକ୍ଟର ନୃସିଂହ ଚରଣ ସାହୁ ମତବ୍ୟକ୍ତ କରିଥିଲେ ।

ଜିଲ୍ଲାରେ ପି.ଆର.ଆଇ. ମେମ୍ବରମାନଙ୍କ ସହଯୋଗ ଯୋଗୁଁ ଗ୍ରାମାଞ୍ଚଳରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ହୋଇ ପାରୁଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ପ୍ରକାଶ କରିଥିଲେ । ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଲୋକ ପ୍ରତିନିଧୂମାନଙ୍କ ସ‌ହ‌ଯୋଗରେ ଢେଙ୍କାନାଳ ଜିଲ୍ଲା ରାଜ୍ୟରେ ୧ ନମ୍ବର ହୋଇପାରିବ ବୋଲି ସେ କହିଛନ୍ତି ।

ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫୩୮୧୪.୭୩ ବି., ଅନ୍ତୋଦୟ ଯୋଜନାରେ ୧୨୪୩୨.୬ .. ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୭୧୫୧.୪୫ କ୍ସି. ଚାଉଳ ଆବଣ୍ଟନ କରାଯାଇଛି I ବର୍ତମାନ ସୁଦ୍ଧା ୧୩୨୦୧ ଟି ସଚଳ ନଳକୂଅ ଥିବା ବେଳେ ୧୯୯ ଟି ପରିମଲ କୂପ ଅଛି । ସେହିପରି ଜିଲ୍ଲାରେ ୪୭୫ ଟି ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ଅଛି ଏବଂ ଏହା ଦ୍ବାରା ୭୦୪ ଗ୍ରାମର ୬,୮୫,୧୦୮ ଜନସଂଖ୍ୟା ଉପକୃତ ହେଉଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥ‌ିବା ୧୧୯୯ ସରକାରୀ ସ୍କୁଲର ୧,୦୯,୭୧୧ ଜଣଛାତ୍ରଛାତ୍ରୀଙ୍କୁ ଦୁଇ ହଳ ଲେଖାଏଁ ପୋଷାକ, ମୋଜା ଓ ହଳେ ଜୋତା ବିତରଣ କରାଯାଇଛି । ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ପ୍ରଥମ ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୨୦୮ ଜଣ ଭିନ୍ନକ୍ଷମ ବିଦ୍ୟାର୍ଥୀ ନାମ ଲେଖାଯାଇଛି । ୨୦୨୩ ମସିହାରେ ଜିଲ୍ଲାରେ ୯୩,୦୦୦ ଏକର ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ୯୩,୦୦୦ ଏକର ହେକ୍ଟର ଜମିରେ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ, ଡାଲି, ତୈଳ ବୀଜ, ତନ୍ତୁ ଜାତୀୟ, ପନିପରିବା, ଆଖୁ, ମସଲା ଜାତୀୟ ଫସଲ କରାଯାଇଛି ବୋଲି ଜଣାଯାଇଛି । ବୈଠକରେ ଖାଉଟି ସାମଗ୍ରୀ ନିମନ୍ତେ ହିତାଧିକାରୀଙ୍କୁ ଅନ୍ତଭୂକ୍ତିକରଣ, ହାତୀ ଆକ୍ରମଣରେ ମୃତକ ପରିବାରକୁ କ୍ଷତି ପୂରଣ ପ୍ରଦାନ, ଚେକଡ୍ୟାମ ନିର୍ମାଣ, ଅଙ୍ଗନୱାଡି କେନ୍ଦ୍ରର କାର୍ଯ୍ୟକାରିତା, ଶିଶୁ ଓ କିଶୋରୀମାନଙ୍କ ପୁଷ୍ଟି ସାଧନ କାର୍ଯ୍ୟକ୍ରମ, ପାନୀୟ ଜଳ ଯୋଗାଣ, ନଳକୂଅ ମରାମତି, ଗମନାଗମନ ଆଦି ସମ୍ପର୍କରେ ବିଷଦ ଆଲୋଚନା ହୋଇଥିଲା ।

ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧୁକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଜିଲ୍ଲା ପରିଷଦର ଉପାଧ୍ଯକ୍ଷା ଶ୍ରୀମତୀ ବିଳସିନୀ ସେଠୀ, ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ହେମ୍ବ୍ରମ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ବ୍ଲକ ଚେୟାରମ୍ୟାନ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରାଜୀବ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!