ରାୟଗଡ ଜିଲ୍ଲା (ଆମ ଓଡିଶା ଖବର) ତା. ୨୮. ୪.୨୦୨୫
ଆଜି ହେଉଛି ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ ପ୍ରଗତି ପୁରୁଷ କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କର ୧୭୮ ତମ ଜନ୍ମ ଦିବସ l ଉକ୍ତ ଶୁଭ ଅବସରରେ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନ, ରାୟଗଡସ୍ଥିତ ମଧୁସୂଦନ ଦାସଙ୍କର ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପଟେଲ, ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ପୂର୍ବତନ ଛାତ୍ର ଶ୍ରୀ ସବ୍ୟସାଚୀ ସାହୁ, ଅନୁଷ୍ଠାନରେ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା ବୃନ୍ଦଏବଂ ସମସ୍ତ କର୍ମଚାରୀ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଏହି ପ୍ରସଙ୍ଗରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟେଲ, ବରିଷ୍ଠ ଅଧ୍ୟାପକ ଶ୍ରୀ ଅରବିନ୍ଦ ପ୍ରଧାନ ଏବଂ ଶ୍ରୀ ଶୁଭେନ କୁମାର ବେହେରା, ଅଧ୍ୟାପକ ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ଶ୍ରୀ ମାନସ ରଞ୍ଜନ ପ୍ରଧାନ, ଶ୍ରୀ ସତ୍ୟ ନାରାୟଣ ପାଣିଗ୍ରାହୀ, ଶ୍ରୀ ଅନୁରାଗ ସେଠୀ, ପୂର୍ବତନ ଛାତ୍ର ଶ୍ରୀ ସାହୁ ଏବଂ କତିପୟ ଅଧ୍ୟାପକ ସ୍ବର୍ଗତ ମଧୁସୂଦନ ଦାସଙ୍କର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମିତ୍ତ ମହାନ ତ୍ୟାଗ ଓ଼ ବଳିଦାନର ବଳିଷ୍ଠ କାହାଣୀ ସମ୍ବଦ୍ଧରେ ସ୍ମୃତି ଚାରଣ କରିଥିଲେ l
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।