ରାୟଗଡା ଜିଲ୍ଲା (ଆମ ଓଡିଶା ଖବର)
ପୁଣି ନଆସୁ ସେଦିନ
ଯେଉଁ ଦିନେ ଆମେ
ଫିରିଙ୍ଗି ଅଧିନେ
ହୋଇଥିଲେ ପରାଧିନ।
ଅଖଣ୍ଡ ଭୂଖଣ୍ଡ ଆମ ଏ ଭାରତ
ସାରା ବିଶ୍ବେ ମହୀୟାନ
ଏ ମାଟି ମହକ ଯା’ ନାକେ ବାଜୁଛି
ସେ ହୁଏ ପୂତ ପାବନ।
ମାଆ ବସୁମତୀ ପୁଣ୍ଯ ଦେଶ ହିତେ
ସାଇତିଛି ତା’ ବିଧାନ
ଚାରିଧାମ ପୀଠ ସଦା ମୁଖରିତ
କଂପେ ଗଗନ ପବନ।
ଦେବ ଆର୍ଯ୍ୟଭୂମେ ପଣ୍ଡିତ ପ୍ରବୁଦ୍ଧ
ପ୍ରକଟନ୍ତି ମାଆ ମାନ
ଗଣିତ ବିଙ୍ଗ୍ଯାନ ସର୍ବ ମହାଶକ୍ତି
ବଳିଷ୍ଠ ଗୁରୁ ସାଧନ।
କୋଟିଏ ଆଶିଷ ମାଆ ଭାରତୀର
ସ୍ବାଭିମାନେ ପ୍ରଶାସନ
ମାଆର ସମ୍ମାନ ରଖିବାକୁ ବୀର
ସୀମାନ୍ତେ ଦଣ୍ଡାୟମାନ।
ନିଜ ସୁଖ ଭୁଲି ତୁମ ସୁଖ ପାଇଁ
ଜଗିଛି ସେ ରାତିଦିନ
ବିନ୍ଦୁ ରକ୍ତେ ସିକ୍ତ କରିଛି କରୁଛି
ଏ ମାଟି ଯୋଗ୍ୟ ସନ୍ତାନ।
ଇଂରେଜ, ମୋଗଲ ଇତିହାସ ଫର୍ଦ୍ଦ
ବ୍ଯଥା ଦଂଶନ ଦହନ
ସଂକ୍ରମିତ ଘାଆ ଆଜି କୀଟ ମୁକ୍ତ
ବୁଦ୍ଧି ବଳରେ ଶୋଧନ।
ଅଖ୍ଯାତି ବଇରି ବଗଡ ବୁଦ୍ଧିରେ
ପାଞ୍ଚେ କୂଟ ସଇତାନ
କୋଢିଆ ଜାଣେନିସେ ବିଷ ଜୀବାଣୁ
ଭିଆଇବ ତା’ ନିଧନ।
ସଂପ୍ରତି ଅଇରି ଅମର୍ଷେ ଦଉଡ଼େ
ଶେଯ କରିବ ଶ୍ମଶାନ
ମିଛେ ହୁଂକାରୁଛି ହଟହଟା ହେବ
ପର ବୋଲରେ ପତନ।
ଧିମା ବୁଦ୍ଧିଆଙ୍କୁ ଧୁରନ୍ଧର କର
ନଆସୁ ପୁଣି ସେଦିନ
ଭାରତ ବୈକୁଣ୍ଠ କର ମହାପ୍ରଭୁ
ଶତ୍ରୁ ପାଉ ଅପମାନ।
ଜୟଦେବ ସିଠ। ରାଣୀ ଗୁଡା ଫାର୍ମ, ରାୟଗଡ଼। ୯୪୩୭୫୨୭୩୪୯ ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।