ରିପୋର୍ଟ :ଞାନ ରଞ୍ଜନ ଦାଶ
ଖୋର୍ଦ୍ଧା (ଆମ ଓଡିଶା ଖବର)ଖୋର୍ଦ୍ଧାରୋଡ ରେଳ ଡିଭିଜନ ନିରାକାରପୁର ଷ୍ଟେସନ ୪ନମ୍ବର ପ୍ଲାଟଫର୍ମରେ ଜଣେ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର।ମୃତକର ଆନୁମାନିକ ବୟସ ୭୦/୭୫ ବର୍ଷ ହେବ ଅନୁମାନ।ମୃତଦେହକୁ ଉଦ୍ଧାର କରିଛି ନିରାକାରପୁର ରେଳବାଇ ପୋଲିସ।ସୂଚନାରୁ ଜଣାପଡିଛି ଜଣେ ବୃଦ୍ଧ ୪ନମ୍ବର ପ୍ଲାଟଫର୍ମରେ ବେଡସିଟ ଓ ଲୁଗାପଟା ପାରି ତା ଉପରେ ଶୋଇଥିଲା ବେଳେ କୈ।ଣସି କାରଣରୁ ମୃତ୍ୟୁ ବରଣ କରିଛନ୍ତି।ବୃଦ୍ଧ ଜଣଙ୍କ ଭିକ୍ଷା ବୃତ୍ତି କରୁଥିବା ବେଳେ ପ୍ଲାଟଫର୍ମରେ ଶୋଇଥିବା ବେଳେ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ନିକଟରୁ ଦୁଇଟି ଟିଫିନ, ପାଣି ବୋତଲ,ଏକ ବାଡି ନିଜର ଲୁଗାପଟା ଥିବା ଜଣାପଡିଛି।ମୃତକ ଜଣଙ୍କ ର ପରିଚୟ ମିଳିପାରିନାହିଁ।ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ମେଡ଼ିକାଲ କୁ ପଠାଇ ତଦନ୍ତ ଜାରି ରଖିଛି।
More Stories
ନକଲି ପ୍ରମାଣପତ୍ରରେ ଚାକିରି ଆଉ ୫ ଜଣ ଅଭିଯୁକ୍ତ ଗିରଫ।
ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପିର ସାଙ୍ଗଠନିକ ବୈଠକ ।
ଭୁବନେଶ୍ବର ଆଇନ ମହାବିଦ୍ୟାଳୟକୁ ମିଳିଲା ବିସିଆଇ ଅନୁମୋଦନ।