ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଡାବରଧୁଆ ପଞ୍ଚାୟତ ଚୁଡ଼ା ଗ୍ରାମର ବରିଷ୍ଠ ସମବାୟବିତ୍ ଗୟାଧର ମହାପାତ୍ରଙ୍କ(୭୦)ବର୍ଷ ବୟସରେ ମଙ୍ଗଳବାର ସନ୍ଧ୍ୟା ୭ଟାରେ ପରଲୋକ ଘଟିଛି । ସ୍ୱର୍ଗତ ମହାପାତ୍ର ନିଜର ସମବାୟ କାର୍ଯ୍ୟ ସମୟରେ ଚାଷୀମାନଙ୍କ ସୁଖଦୁଃଖରେ ସଂପୃକ୍ତ ରହି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ସେ ଅବସର ପରେ ଗ୍ରାମରେ ବହୁ ସାଂସ୍କୃତିକ ଏବଂ ଧାର୍ମିକ ଅନୁଷ୍ଠାନ ସହିତ ଜଡିତ ରହି ଗ୍ରାମରେ ମୁଖ୍ୟ ପୁରୋଧା ସାଜିଥିଲେ । ସେ ମିଷ୍ଠଭାଷୀ, ସଂସ୍କୃତିପ୍ରେମୀ , ଧର୍ମପରାୟଣ ବ୍ୟକ୍ତିତ୍ୱ ବହନ କରୁଥିବା ଜଣେ ଆଦର୍ଶ ବ୍ୟକ୍ତି ଥିଲେ । ସେ କିଛିଦିନ ଧରି ହୃଦଘାତ ସମସ୍ୟାରେ ପିଡିତ ଥାଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ଦୃଦଘାତ ହେବାରୁ ସ୍ଥାନୀୟ ଚିକିତ୍ସାଳୟକୁ ଚିକିତ୍ସାପାଇଁ ଯିବାରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱର୍ଗତ ମହାପାତ୍ରଙ୍କ ମୃତଶର୍ଯ୍ୟା ନିକଟରେ ପୁତ୍ର , ପୁତ୍ର ବଧୁ, ଝିଅ, ଜୋଇଁ ନାତି, ନାତୁଣୀ ସହିତ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ । ଏକ ଶୋକାକୁଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ପୁରୀ ସ୍ୱର୍ଗ ଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର ଏକ ମାତ୍ର ପୁତ୍ର ରାଜେଶ୍ ମହାପାତ୍ର (ପପୁ) ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ମହାପାତ୍ରଙ୍କ ପରଲୋକରେ ବିଧାୟକ ପ୍ରଦୀପ କୁମାର ସାହୁ, ବରିଷ୍ଠ ବିଜେପି ନେତା ଦିଲ୍ଲୀପ ଦତ୍ତ, ଡାବରଧୁଆ ସମବାୟର ସଭାପତି ଯୋଗେନ୍ଦ୍ର ଶ୍ରୀଚନ୍ଦନ, ଐତିହାସିକ ରବିନ୍ଦ୍ର କୁମାର ପରିଡ଼ା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।
ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା


More Stories
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।
କୁଖ୍ୟାତ ଡକାୟତ ନିରଞ୍ଜନ ସ୍ୱାଇଁକୁ ଧରିଲା ଧଉଳି ପୋଲିସ।
ସର୍ବଭାରତୀୟ ଓପନ କୋରାଟେରେ ମହମ୍ମଦ ଓକିଲଙ୍କ ସର୍ଣ୍ଣ ପଦକ ହାସଲ।