ବେଗୁନିଆପଡା,(ରାକେଶ)
ବେଗୁନିଆପଡା (ଆମ ଓଡ଼ିଶା ଖବର )ଆଜିର ଶିଶୁ କାଲି ର ଭବିଷ୍ୟତ, ଶିଶୁ ଙ୍କ ବିକାଶରେ ହିଁ ଦେଶ ର ବିକାଶ | ଆରଏନଏସ ଗୁରୁକୁଳ ର ଦଶମ ବାର୍ଷିକ ଉତ୍ସବ ର ଉଦଯାପନୀ ଉତ୍ସବରେ ମତ ପୋଷଣ କରିଥିଲେ ନିମନ୍ତ୍ରିତ ସନମାନିତ ଅତିଥି ବୃନ୍ଦ | ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ଏକ ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଆର୍ ଏନ୍ ଏସ ଗୁରୁକୂଳର ଦଶମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଅଛି।ସୋମବାର ଏହି ଶିକ୍ଷାନୁଷ୍ଠାନ ର ଦଶମ ବାର୍ଷିକ ଉତ୍ସବ ର ଦ୍ୱିତୀୟ ଦିବସ ତଥା ଉଦଯାପନୀ ଦିବସରେ କାର୍ଯ୍ୟକାରୀ ସଭାପତି ଭାବେ ସାମ୍ବାଦିକ ଦେବାଶିଷ ମହାରଣା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ଯୁଗ୍ମ ସଭାପତି ବସନ୍ତ କୁମାର ବାରିକ ଯୋଗ ଦେଇଥିଲେ | ମୁଖ୍ୟ ଅତିଥି ଭାବେ ତାଳସର ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ରଘୁନାଥ ଦୋରା ଏଵଂ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଦାଶିବ ପ୍ରଧାନ ଉପସ୍ଥିତ ରହି ଛାତ୍ର ଛାତ୍ରୀ, ଅଭିଭାବକ ଙ୍କ ନିମନ୍ତେ ସମୟ ଉପଯୋଗୀ ଅଭିଭାଷଣ ରଖିଥିଲେ | ମୁଖ୍ୟବକ୍ତା ଭାବେ ଧବଳେଶ୍ୱର ବିଦ୍ୟାପୀଠ ର ଶିକ୍ଷକ ନୀଳକଣ୍ଠ ଦାଶ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ନିଜର ମୂଲ୍ୟବାନ ମତ ପୋଷଣ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଅତିଥି ଭାବେ ଭାସ୍କର ପାତ୍ର, ବସନ୍ତ କୁମାର ସ୍ୱାଇଁ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କ ସହିତ ଭାବ ଆଦାନ ପ୍ରଦାନ କରିବା ସହିତ ମାର୍ଗ ଦର୍ଶନ କରିଥିଲେ | ଅନୁଷ୍ଠାନର ଅଧକ୍ଷା ସୋନାଲି ସୁମନ୍ତ ରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତପସ୍ଵିନୀ ଜେନା କାର୍ଯକ୍ରମ ପରିଚାଳନା କରିଥଲେ। ବିଭିନ୍ନ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | ସନ୍ଧ୍ୟାରେ ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥଲା। ଶେଷରେ ଅନୁଷ୍ଠାନର ମୁଖ୍ୟ ପୁରୁଷୋତ୍ତମ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥଲେ। ଗୁରୁକୂଳର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକ ସହଯୋଗ କରିଥଲେ ।
More Stories
ବ୍ଲକ ରେ ପାଳିତ ହେଲା ସ୍ୱଚ୍ଛତା ହିଁ ସେବା ଦିବସ l
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l