ଢେଙ୍କାନାଳ(ଆମ ଓଡ଼ିଶା ଖବର )ଢେଙ୍କାନାଳ ଉପକଣ୍ଠସ୍ତ ସିମିଳିଆ ବାଲିସାହିରେ ୬୬ତମ ଅଷ୍ଟପ୍ରହର ନାମଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଅଛି । କଳିଯୁଗର ‘ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ ଏହି ମହାମନ୍ତ୍ର ଯେତେ ଦୂର ଶୁଭିବ ଗୋ-ହତ୍ୟା, ବ୍ରହ୍ମହତ୍ୟା ଛାଡିଣ ପଳାଇବ । ଏହି ମହାନ ଯଜ୍ଞ ଅନୁଷ୍ଠାନ ୪ ତାରିଖରେ ଅଧୁବାସ, ୫ ତାରିଖରେ ନାମଯଜ୍ଞ ଓ ୬ ତାରିଖରେ ନଗର କୀର୍ତନ ଏବଂ ପ୍ରସାଦସେବନ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଚାଲୁଅଛି । ମୁଖ୍ୟ ସଂକଳ୍ପ ସୁଧାକର ମଲ୍ଲିକ, ସଭାପତି ବିମଳ ମଲ୍ଲିକ, ଦାମୋଦର ମଲ୍ଲିକ, ଆର୍ତବନ୍ଧୁ ମଲିକ, ସଂଜୀବ ମଲ୍ଲିକ, ସର୍ବେଶ୍ୱର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଖପାଖ ଅଂଚଳର ସଂକୀର୍ତନ ମଣ୍ଡଳୀ ଦ୍ବାରା ନାମସଂକୀର୍ତନ କରାଯାଇଥିଲା ।
ସିମିଳିଆ ବାଲିସାହିରେ ୬୬ତମ ଅଷ୍ଟପ୍ରହର ନାମଯଜ୍ଞ ପାଳିତ l


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |