ଦଳବେଡା ରେ  ଆଦିବାସୀଙ୍କ ଏକଜୁଟ
ରଣା ଓ  ମାଳି ଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ବିରୁଦ୍ଧ ରେ ମୁଣ୍ଡ ଟେକିଲେ l

ରିପୋର୍ଟ :-ମୋହନଲାଲ ସୁନାନୀ

ଚନ୍ଦାହାଣ୍ଡି ତା -୧୨/୦୯/୨୩ (ଆମ ଓଡିଶା ଖବର ) ଚନ୍ଦାହାଣ୍ଡି ବ୍ଲକ୍ ଦଳବେଡା  ପଞ୍ଚାୟତ ର  ଦଳବେଡା ବଜାର ପଡିଆ ଠାରେ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସମସ୍ତ ଗ୍ରାମର ଆଦିବାସୀ ଶ୍ରେଣୀର ଜନସାଧାରଣ ଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ ଦଳବେଡା ଗ୍ରାମ ପଞ୍ଚାୟତସ୍ତରୀୟ ଆଦିବାସୀ ସଂଘ ଗଠନ ଓ କର୍ମକର୍ତ୍ତା ଚୟନ କରାଯାଇଥିଲା । ଉକ୍ତ ବୈଠକରେ ସର୍ବ ସମ୍ମତି କ୍ରମେ ପଞ୍ଚାୟତ ସ୍ତରୀୟ ସଭାପତି ରୂପେ  ମାଧବ ଧୁରୁଆ,ଉପ ସଭାପତି  ପୁସ୍ତକ ମାଝୀ,ସମ୍ପାଦକ  ଭୁବନେଶ୍ୱର ପୂଜାରୀ,ସହ ସମ୍ପାଦକ   କୀର୍ତ୍ତନ ମାଝୀ ଓ କୋଷାଧ୍ୟକ୍ଷ ରୂପେ  ଟେକରାମ ମାଝୀଙ୍କୁ ଚୟନ କରାଯାଇଥିଲା। ଉକ୍ତ ବୈଠକରେ ବିଶେଷକରି ରଣା ଓ ମାଳି ଜାତିକୁ ଆଦିବାସୀ ମାନ୍ୟତା ର ପ୍ରତିବାଦ ଓ ଦାବିପତ୍ର ପ୍ରଦାନ କରିବା ସହ ସମାଜରେ ଶିକ୍ଷା, ସଂସ୍କୃତି,ପରମ୍ପରା ର ଉନ୍ନତି ନିମନ୍ତେ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକରେ ଦଳବେଡା ଗ୍ରାମ ପଞ୍ଚାୟତ ର ଶତାଧିକ ଲୋକ ଉପସ୍ଥିତ ଥିଲେ ଓ ବ୍ଲକ୍ ଆଦିବାସୀ ସଙ୍ଘର କର୍ମକର୍ତ୍ତା ଯଥାକ୍ରମେ ବ୍ଲକ ସଭାପତି ଲଛମନ ମାଝୀ,ଶ୍ୟାମ ସୁନ୍ଦର ମାଝୀ,ଅଭୟ ଭୋଇ,ଭୀଷ୍ମ ମାଝୀ,ମୁରଲୀଧର ପୂଜାରୀ,ଆକାଶ ପୂଜାରୀ,ସନୀନ୍ଦ୍ର ନେତାମ,ବିପିନ ପୂଜାରୀ,ଡିକସନ ମାଝୀ,ଗୁପ୍ତେଶ୍ଵର ପୂଜାରୀ,ଗଣପତି ମାଝୀ,ମୋତିଲାଲ ଝାଙ୍କର,ଗଣେଶ ମାଝୀ,ରୂପେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

error: Content is protected !!