———————————-
ଖୋର୍ଦ୍ଧା(ଆମ ଓଡ଼ିଶା ଖବର )ଖୋର୍ଦ୍ଧା ନିକଟସ୍ଥ ଉଇଲକିଶନ ନଗର ଗ୍ରାମର ମା ଅଁଳାଇ କ୍ରିକେଟ ଖେଳ ପଡିଆ ଠାରେ ୨ ଦିନିଆ ନୂଆଗାଁ ପ୍ରିମୀୟର ଲିଗ ଆଜି ଉଦଯାପିତ ହୋଇଯାଇଛି।ଗ୍ରାମର ସମସ୍ତ ଙ୍କ ପ୍ରିୟ ତଥା କ୍ରୀଡ଼ାବିତ ଜିତେନ୍ଦ୍ର ମହାରଣା ମହାମାରୀ କୋଭିଡ ସମୟରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ସ୍ମୃତି କୁ ମନେ ପକାଇବା ଏକତା ର ମନ ଭାବ ନେଇ ଦୁଇ ଦିନିଆ ଆରମ୍ଭ ହୋଇଥିବା ଏହି ଖେଳ ଆଜି ଉଦଯାପିତ ହୋଇଯାଇଛି। ଆଜି ଅତିଥି ରୂପେ ପାଇକତିଗିରିଆ ସମବାୟ ସମିତି ସଭାପତି ପ୍ରଶାନ୍ତ କୁମାର ସାହୁ, ସମାଜସେବୀ ତୁଷାର କାନ୍ତ ବିଶ୍ୱାଳ,,ହିମାଂଶୁ ବରାଳ,ନିରଞ୍ଜନ ସ୍ୱାଇଁ,ମନୋରଞ୍ଜନ ପ୍ରଧାନ, ନିର୍ମଳ ବିଶ୍ୱାଳ,ଗୋପାଳକୃଷ୍ଣ ପ୍ରଧାନ,ଗୌରାଙ୍ଗ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିବା ସହିତ ଏହି ଖେଳରେ କିଭଳି ଆଗକୁ ବଢ଼ିପାରିବ ସେଥିପାଇଁ ଯାହା ଆବଶ୍ୟକ ଯୋଗାଇ ଦିଆଜିବ ବୋଲି କହିଥିଲେ।୪ ଟି ଦଳକୁ ନେଇ ଆୟୋଜିତ ଏହି ଖେଳ ର ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ ବଜରଙ୍ଗୀ ଫାଇଟର ଓ ସିଏସକେ ୱାରିଅର ମଧ୍ୟରେ ହୋଇଥିଲା।ସିଏସକେ ୱାରିୟର୍ସ ୧୨ ଓଭର ଖେଳି ୩ ଉଇକେଟ ବିନିମୟ ରେ ୧୧୪ ରନ କରିଥିଲା ବେଳେ ବଜରଙ୍ଗୀ ଫାଇଟର ୧୧ ଓଭର ଖେଳି ୨ ଉଇକେଟ ବିନିମୟ ରେ ୧୧୫ ରନ କରି ଫାଇନାଲ କୁ ପ୍ରବେଶ କରିଥିଲେ। ଦ୍ୱିତୀୟ ସେମିଫାଇନାଲ ରେ ଅଁଳାଇ ୱାରିଅର ଦଳ ୧୨ ଓଭର ଖେଳି ୪ ଉଇକେଟ ରେ ୧୫୦ ରନ କରିଥିବା ବେଳେ ୟୌଙ୍ଗ ଫାଇଟର ଇଲେଭେନ ୧୨ ଓଭର ୯ ଉଇକେଟ ବିନିମୟରେ ୭୬ ରନ କରିଥିଲେ।ଅଁଳାଇ ୱାରିଅର ବିଜୟୀ ହୋଇ ଫାଇନାଲ କୁ ପ୍ରବେଶ କରିଥିଲେ। ସେହିପରି ପରେ ଫାଇନାଲ ମ୍ୟାଚ ଅଁଳାଇ ୱାରିଅର ଓ ବଜରଙ୍ଗୀ ଫାଇଟର ମଧ୍ୟରେ ଖେଳ ହୋଇଥିଲା।ପ୍ରଥମେ ଅଁଳାଇ ୱାରିଅର ୧୨ ଓଭର ଖେଳି ୪ ଉଇକେଟ ବିନିମୟ ରେ ୧୦୩ ରନ କରିଥିବା ବେଳେ ବଜରଙ୍ଗୀ ଫାଇଟର ସମସ୍ତ ୧୨ ଓଭର ଖେଳି ୧୦ ଉଇକେଟ ହରାଇ ମାତ୍ର ୬୪ ରନ କରିଥିଲେ।ଫଳରେ ଅଁଳାଇ ୱାରିଅର ୩୯ ରନ ରେ ବିଜୟୀ ହୋଇ ଚଳିତବର୍ଷ ର ଚାମ୍ପିୟାନ ଟ୍ରଫି ହାସଲ କରିଥିଲେ.ଅତିଥୀ ମାନେ ରାକେଶ ସ୍ୱାଇଁ,ଧର୍ମେନ୍ଦ୍ର ବିଶ୍ୱାଳ,ସମୀର ସାହୁ, ସାଗର ବଳିୟାରସିଂହ, ଜିତେନ୍ଦ୍ର ସ୍ୱାଇଁ, ଦେବାଶିଷ ବିଶ୍ଵାଳକୁ ମ୍ୟାନ ଅଫ ଦି ମ୍ୟାଚ ପ୍ରଦାନ ସହିତ ଶ୍ରେଷ୍ଟ ବୋଲର,କିପର,ବ୍ୟାଟ୍ସମ୍ୟାନ,ଓ ପୁରୁଣା ଖେଳାଳିଙ୍କୁ ଅତିଥି ଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରାଯାଇଥିଲା।ଆଜିର ଖେଳକୁ ଜିତେନ୍ଦ୍ର ସ୍ୱାଇଁ,ରିତେଶ ସ୍ୱାଇଁ,ମିହିର ପ୍ରଧାନ,ଚନ୍ଦ୍ରକାନ୍ତ ବିଶ୍ୱାଳ ପରିଚାଳନା କରିଥିବା ବେଳେ ମହେଶ ସ୍ୱାଇଁ,ଙ୍କ ସହିତ ସତ୍ୟନାରାୟଣ ସୁନ୍ଦରାୟ,ଆଲୋକ ପ୍ରଧାନ,ଚିଣ୍ଟୁ ବିଶ୍ୱାଳ,ସନ୍ଦୀପ ପ୍ରଧାନ,ରାଜୀବ ବିଶ୍ୱାଳ,ବବୁଲ ପ୍ରଧାନ,ଦୀପକ କୁମାର ସୁନ୍ଦରାୟ,ରାଜେଶ ବାରିକ,କୃଷ୍ଣଚନ୍ଦ୍ର ସାହୁ,ରଶ୍ମିରଞ୍ଜନ ଦାସ,ଦିପେଶ ବେହେରା,ସାଗର ସାହୁ,ସୁଦର୍ଶନ ବିଶ୍ୱାଳ,ଉପେନ୍ଦ୍ର ସାହୁ,ସୌମ୍ୟ ରଞ୍ଜନ ସାହୁ, ଆକାଶ ବିଶ୍ଵାଳ, ଦୀପେଶ ବେହେରା, ସଂଜୀବ ବିଶ୍ଵାଳ ଙ୍କ ସହିତ ଗ୍ରାମର ୧୦୦ ରୁ ଉର୍ଦ୍ଧ୍ବ ପିଲା ସହଯୋଗ କରିଥିଲେ।ଏହି ଖେଳରେ ଅରାଙ୍ଗ ଗ୍ରାମର ପ୍ରଶାନ୍ତ ନାଟୁଆ ଭାଷ୍ୟକାର ଭାବେ ଧାରା ବିବରଣୀ ଶୁଣାଇ ଥିଲେ.ଆଖ ପାଖ ର ସହସ୍ରାଧିକ କ୍ରୀଡା ପ୍ରେମୀ ଖେଳକୁ ଉପଭୋଗ କରିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
More Stories
୧.୯୮ କୋଟି ବ୍ୟୟର ନୂତନ ରାସ୍ତାର ଉଦଘାଟନ କଲେ ସାଂସଦ ।
ସାମ୍ବାଦିକ ସମ୍ମିଳନୀର ଆୟୋଜକ ଥିଲେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କର୍ମୀ।
ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ଯୋଗ କର୍ମଶାଳା ଆୟୋଜିତ ।