ବିଦ୍ୟୁତ ବିଭ୍ରାଟ ଯୋଗୁଁ ନିରାକାରପୁର ଅଂଚଳରେ ଜନ ଅସନ୍ତୋଷ।

ନିରାକାରପୁର ବିଦ୍ୟୁତ ସେକସନ ଅଧିନରେ ୧୨ଟି ଗ୍ରାମପଞ୍ଚାୟତ ଉପଭୋକ୍ତା ମାନେ ଉପକୃତ ହେଉଛନ୍ତି।ରାଜ୍ୟ ସରକାର ବିଦ୍ୟୁତ ବିଭାଗକୁ ଟାଟା କମ୍ପାନୀକୁ ହସ୍ତାନ୍ତର କରିବା ପରେ ଅଧିକାଂଶ ସମୟ ଅଘୋଷିତ ବିଦ୍ୟୁତ କାଟ୍ ହେଉଛି ଏବଂ ଲୋ ଭୋଲଟେଜ ସମସ୍ୟା, ବିଦ୍ୟୁତ ମିଟର ରିଡିଙ୍ଗ ରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।ଦୈନନ୍ଦିନ ବାରମ୍ବାର ଲାଇନ କଟୁଥିବାରୁ ବିଦ୍ୟୁତ ଉପଭୋକ୍ତା ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟାଟା କମ୍ପାନୀ ଲୋକମାନଙ୍କୁ ଶୋଷଣ କରୁଥିବା ନେଇ ଜନସାଧାରଣ ଅସ୍ତବ୍ୟସ୍ତ । ଉପଭୋକ୍ତା ମାନଙ୍କର ବିଭିନ୍ନ ସମସ୍ୟା ନେଇ ବାରମ୍ବାର ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ ବିଦ୍ୟୁତ ବିଭାଗ ଉପଭୋକ୍ତା ମାନଙ୍କ ଦାବିକୁ ସମାଧାନ କରିବାରେ ବିଫଳ ହୋଇଛି। ପ୍ରତିବାଦରେ ଆଜି ୧୨ ଖଣ୍ଡ ଗ୍ରାମପଞ୍ଚାୟତ ର ନିର୍ବାଚିତ ଲୋକ ପ୍ରତିନିଧି, ବୁଦ୍ଧିଜୀବୀ, ଉପଭୋକ୍ତା ମାନେ ନିରାକାରପୁର ଗଣେଶ ପଡିଆ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଦ୍ୟୁତ କାର୍ୟ୍ୟାଳୟ ଠାରେ ପହଞ୍ଚିବା ପରେ କର୍ମଚାରୀ ନିଜେ ଫାଟକରେ ତାଲା ପକାଇବା ପରେ ଆନ୍ଦୋଳନ କାରୀ ଧାରଣା ଦେଇଥିଲେ। ଘଟଣା ସ୍ଥଳରେ ବିଦ୍ୟୁତ ବିଭାଗ ଏସଡିଓ ପହଞ୍ଚି ଉପଭୋକ୍ତା ମାନଙ୍କ ସହିତ ଆଲୋଚନା କରିଛନ୍ତି । ହେଲେ ଉପଭୋକ୍ତା ମାନେ ନିଜ ଦାବିରେ ଅଟଳ ଅଛନ୍ତି। ଘଟଣା ସ୍ଥଳରେ ନିରାକାରପୁର ପୋଲିସ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା କରିଛି। ଆଗମୀ ୭ଦିନ ଦିନ ମଧ୍ୟରେ ବିଦ୍ୟୁତ ସମସ୍ୟା ସମାଧାନ ନହେଲେ ସ୍ଥାନୀୟ ୧୨ଖଣ୍ଡ ଗ୍ରାମପଞ୍ଚାୟତ ର ବିଦ୍ୟୁତ ଉପଭୋକ୍ତା ମାନେ ପୁନର୍ବାର ଆନ୍ଦୋଳନ କରି ବିଦ୍ୟୁତ ବିଭାଗ କୁ ଅଚଳ କରିବାକୁ ଚେତାବନୀ ଦେଇଛନ୍ତି। ନିରାକାରପୁର ଆଂଚଳିକ କ୍ରୀୟାନୁଷ୍ଠାନ ଉପଭୋକ୍ତା କମିଟି ସଭାପତି ବିପିନ କୁମାର ଜୟସିଂହ, ଆବାହକ ବିଜୟ କୁମାର ପାଲଟାସିଂହ, ପ୍ରସାଦ ଦାସ, ବିଧି ଭୂଷଣ ମହାରଣା ସମେତ ୧୨ ପଂତାୟତର ସରପଂଚ ସମିତିସଭ୍ୟ ଏହି ଆନ୍ଦୋଳନ ର ନେତୃତ୍ବ ନେଇଥିଲେ।

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ

error: Content is protected !!