ରିପୋର୍ଟ :- ମୋହନଲା ସୁନାନୀ
ଚନ୍ଦାହାଣ୍ଡି- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସ୍ଥିତ ପାନାବେଡ଼ା ଡିଗ୍ରୀ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ଯୁକ୍ତ ତିନି ବିଜ୍ଞାନ ବିଭାଗ ଆରମ୍ଭ ହେବାକୁ ଯାଉଛି l ଅଞ୍ଚଳବାସୀଙ୍କ ଦୀର୍ଘଦିନ ର ଦାବୀ କୁ ଆଖି ଆଗରେ ରଖି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଉଠାଜଳସେଚନ ନିଗମ ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, ବିଭାଗୀୟ ସଚିବ ଙ୍କ ସହ ଆଲୋଚନା କରି ବିଜ୍ଞାନ ବିଭାଗ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇ ଥିବାର ସୂଚନା ମିଳିଛି l ଆଜି ମହାବିଦ୍ୟାଳୟ ତରଫରୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଉଚ୍ଚ ଶିକ୍ଷା ବିଭାଗ, ଜୟପୁର ଙ୍କର କାର୍ଯ୍ୟାଳୟରେ ଯାଇ ନିର୍ଦ୍ଦେଶକ ତ୍ରିନାଥ ପ୍ରସାଦ ରଥ ଙ୍କୁ ଆବେଦନ ଦାଖଲ କରିଥିବା ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଦ୍ଵାରିକାନାଥ ବାଗ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି l ତେବେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରି ଚଳିତ ମାସ ଶେଷସୁଦ୍ଧା କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ନେଇ ସୂଚନା ରୁ ପ୍ରକାଶ l ଆବେଦନ ପ୍ରକ୍ରିୟାରେ ମହାବିଦ୍ୟାଳୟ ମହାବିଦ୍ୟାଳୟ ସଭାପତି ଦୂତିବାହାନ ଖମାରୀ , ଅଧ୍ୟକ୍ଷ ଦ୍ଵାରିକାନାଥ ବାଗ, ବରିଷ୍ଠ ଅଧ୍ୟାପକ ଅନିଲ କୁମାର ପୃଷ୍ଟି, ବିଶିକେଶନ ପାଢ଼ୀ, ବିଶ୍ୱରଞ୍ଜନ ପଣ୍ଡା, ମକର ନାୟକ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ l


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।