ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ତହସିଲ ଅଧିନସ୍ଥ ସାହାଡ଼ାଘାଇ ମାଙ୍କଡା ପଥରଖଣି ରେ ବେଆଇନ ଖଣି ଖନନ ପାଇଁ ଖଣି ଲିଜଧାରୀ ଙ୍କ ଠାରୁ 7 କୋଟି 25 ଲକ୍ଷ ଟଙ୍କା ଫାଇନ୍ ଆଦାୟ କରିବା ପାଇଁ NGT ର ନିର୍ଦ୍ଦେଶ । ଟାଙ୍ଗୀ ତହସିଲ ର ତତ୍କାଳୀନ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ NGTଙ୍କ ନିର୍ଦ୍ଦେଶ । ଖୋର୍ଦ୍ଧା ଜିଲ୍ଲା ର ଟାଙ୍ଗୀ ତହସିଲ ଅନ୍ତର୍ଗତ ଟାଙ୍କୋଳ ଗ୍ରାମର ସାହାଡ଼ାଘାଇ ମୈ।ଜାରେ ବେଆଇନ ଖଣି ଖନନ ମାମଲା ରେ ପ୍ରଦୀପ ଜୟସିଂହ ଓ ଦିଲ୍ଲୀପ କୁମାର ସାମନ୍ତରାୟ ଦୁହେଁ ମାନ୍ୟବର NGT ର ଦ୍ୱାରସ୍ଥ ହୋଇ କେସ୍ ନଂ- 10/2022 ରେ ଏକ ମାମଲା ରୁଜୁ କରିଥିଲେ । 6th july 2023 ରେ NGT ଚୁଡାନ୍ତ ରାୟ ଶୁଣାଇଛନ୍ତି ଏହି ରାୟ ରେ ତତ୍କାଳୀନ ତହସିଲଦାର ଙ୍କ ସମେତ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ କର୍ମଚାରୀ ମାନଙ୍କ ବିରୋଧରେ ମଧ୍ୟ ଫୌଜଦାରୀ ମକଦ୍ଦମା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଲିଜ୍-ଧାରୀ ଙ୍କ ଠାରୁ ଏକ ମାସ ମଧ୍ୟରେ 7 କୋଟି 25 ଲକ୍ଷ ଟଙ୍କା ପରିବେଶ କ୍ଷତି ପୂରଣ ବାବଦରେ ଫାଇନ୍ ଆଦାୟ କରିବା ପାଇଁ ନିର୍ଦ୍ଦେଶ ରହିଛି ।



More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।