ରିପୋର୍ଟର – ଯଯାତି କେଶୋରୀ ବିଶ୍ୱାଳ
ଗୌରୀଶଙ୍କର ଥିଲେ ପ୍ରଜ୍ଞା ପୁରୁଷ ଓ ସାହିତ୍ୟ ସାରଥି ..
ରାଉରକେଲା/ ଓଡିଆ ଜାତି ଦାରୁଣ ସଂକଟର ସମ୍ମୁଖୀନ ହୋଇ ଅତ୍ୟାଚାର,ଅନ୍ୟାୟ, ଅନୀତି ପରାଧୀନତାରେ ସଢୁଥିବା ବେଳେ ଉତ୍କଳର ପ୍ରାଣ, ପ୍ରଜ୍ଞାପୁରୁଷ ସାହିତ୍ୟ ସାରଥି ପ୍ରବୀଣ ସାମ୍ବାଦିକ କର୍ମବୀର ଗୌରୀଶଙ୍କର ଆବିର୍ଭାବ ଓଡିଆ ଜାତିକୁ ନୂତନ ପ୍ରେରଣା ଯୋଗାଇଥିଲା

ବୋଲି ଅତିଥିମାନେ ତାଙ୍କ ଜୟନ୍ତୀ ପାଳନ ଅବସରରେ ମତପ୍ରକାଶ କରିଥିଲେ । ସହରର ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ ସ୍ଥିତ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ ଆୟୋଜିତ କର୍ମବୀର ଗୌରୀଶଙ୍କର ଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଓ ମୁଖ୍ୟବକ୍ତା ଭାବେ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ଉପରୋକ୍ତ ମନ୍ତବ୍ଯ ପ୍ରଦାନ କରିଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲିଙ୍କ ସଭାପତିତ୍ବ ଓ ବରିଷ୍ଠ ଶିକ୍ଷୟିତ୍ରୀ କଳ୍ପନା ସୂତାର ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ କର୍ମବୀରଙ୍କ କର୍ମପ୍ରତି ଦାୟିତ୍ୱବୋଧ, ପ୍ରତିବଦ୍ଧତା, ନଅଙ୍କ ଦୁର୍ଭିକ୍ଷ ର ଭୟାବହତା ସଂପର୍କରେ ଲିଖିତ ଅଭିଯୋଗ, ତାଙ୍କ ଦ୍ବାରା ପ୍ରତିଷ୍ଠିତ ଉତ୍କଳ ଦୀପିକା ସମ୍ବାଦପତ୍ର ପ୍ରକାଶନ,କଟକ ପ୍ରିଣ୍ଟିଂ ପ୍ରେସ, ଓଡିଆ ଭାଷାର ସୁରକ୍ଷା ପାଇଁ ବିଭିନ୍ନ ସାରଗର୍ଭକ ସାହିତ୍ୟ, କବିତା, ପ୍ରବନ୍ଧ ଆଲୋଚନା, ନାରୀ ଶିକ୍ଷା, ଓଡିଆ ଲୋକସଭା ଗଠନ, ସଂଗୀତ ଓ ଲୋକ ସାହିତ୍ୟର ପ୍ରଚାର ପ୍ରସାର, କାୟସ୍ଥଙ୍କ ସଭାପତି ଦାୟିତ୍ୱ,କଟକ ଟାଉନହଲ ନିର୍ମାଣ ତଥା ରାୟବାହାଦୁର ଉପାଧି ଭଳି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ର ଅଭିଷେକ ରୁଦ୍ର ସେନାପତି, ରାହୁଲ ମହାନ୍ତି ଓ ଛାତ୍ରୀ ସୋନାଲୀ ମହାନ୍ତି କର୍ମବୀରଙ୍କ ସଂପର୍କରେ ବକ୍ତବ୍ଯ ରଖିଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥିମାନେ ପୁସ୍ତକ ଦେଇ ସମ୍ମାନିତ କରିଥିଲେ । ପ୍ରାରମ୍ଭରେ ସଭାପତିତ୍ବ କରୁଥିବା ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ମୁଦାଲି କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ସହ କର୍ମବୀରଙ୍କ ଜୀବନୀ ସଂପର୍କରେ ସମ୍ୟକ ଧାରଣା ଦେଇଥିଲେ । ସଂଯୋଜିକା କଳ୍ପନା ସୂତାର ସ୍ବାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।