ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ବାଲିଗୁଡା ଥାନାରେ ଶ୍ରମିକ ନିର୍ଯ୍ୟାତନା ଅଭିଯୋଗ ହେବା ପରେ ଉଦ୍ଧାର ହେଲେ ଚାରି ଜଣ ଶ୍ରମିକ । ସୂଚନା ମୁତାବକ କୋଟଗଡ ବ୍ଲକ ଅଞ୍ଚଳର ଜଣେ ଶ୍ରମିକ ଠିକାଦାର ବାଲିଗୁଡା ଥାନା ଅନ୍ତର୍ଗତ ଡଡ଼କଙ୍ଗିଆ ଅଞ୍ଚଳର ଚାରି ଜଣ ଯୁବକଙ୍କୁ ନେଇ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ନାଗଲେଙ୍କା ସମୁଦ୍ର କୂଳରେ ଥିବା ଏକ ଚିଙ୍ଗୁଡ଼ି ଫେକ୍ଟରିରେ ଦିନ ମଜୁରିଆ ଭାବରେ କାମ କରିବାକୁ ବିକ୍ରି କରିଥିବା ବେଳେ ସେହି କମ୍ପାନୀରେ ତାଙ୍କୁ କାମ କରିବା ସହିତ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ ।ସେହି ଖବର ସାଂସଦ ପ୍ରତିନିଧି ଶ୍ରୀ ଟୁନା ଦାସ ଓ ପ୍ରମୋଦ ସାହୁ ଶୁଣିବା ପରେ ବାଲିଗୁଡା ଥାନା ଅଧିକାରୀ ବାବା ସରାଫ ସହିତ ଆଲୋଚନା କରି ତୁମଡ଼ିବନ୍ଧ ଅଞ୍ଚଳର ଜଣେ ସମାଜସେବୀ ଅଶ୍ୱିନୀ ସିଂଙ୍କୁ ଆନ୍ଧ୍ରପ୍ରଦେଶ ପଠେଇ ଚାରି ନିର୍ଯ୍ୟାତିତ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ।ଜନ ପ୍ରତିନିଧିଙ୍କ ଆର୍ଥିକ ସହଯୋଗ ଓ ପୋଲିସ ଥାନା ଅଧିକାରୀଙ୍କ ଚେଷ୍ଟାରେ ଏଭଳି ନିର୍ଯାତିତ ଶ୍ରମିକ ଉଦ୍ଧାର କାର୍ଯ୍ୟ ହୋଇପାରିଥିବାରୁ ତାଙ୍କୁ ପରିବାର ଓ ଅଞ୍ଚଳବାସୀ ଅଶେଷ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଛି।


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।