ଚନ୍ଦାହାଣ୍ଡି ରୁ ମୋହନଲାଲ ସୁନାନୀ ଙ୍କ ରିପୋର୍ଟ
ଚନ୍ଦାହାଣ୍ଡି :ଚନ୍ଦାହାଣ୍ଡି ଥାନା ସଦର ମହକୁମାର ଜଣେ 45 ବର୍ଷ ର ମହିଳା ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି |ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ସଦର ଚନ୍ଦାହାଣ୍ଡି ର ଲକ୍ଷ୍ମୀ ଜଗତ (45) |ଏହି ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ୠଜୁହୋଇ ତଦନ୍ତ ଚାଲୁରହିଥିବା ଥାନାଧିକାରୀ ଉମେଶ୍ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି |
ପୁଲିସ ସୂଚନା ମୁତାବକ ଲକ୍ଷ୍ମୀ ଦୀର୍ଘ ଦିନରୁ ମାନସିକ ରୋଗରେ ପୀଡିତ ଥିଲେ ଶୁକ୍ରବାର ରାତିରେ ପରିବାର ଲୋକେ ଖାଇ ଶୋଇଥିବାବେଳେ ଲକ୍ଷ୍ମୀ ଶୌଚ ହବାପାଇଁ ବାହାରକୁ ଯାଇଥିଲେ କିନ୍ତୁ ତା ପରଦିନ ଗ୍ରାମର ଏକ ବରଗଛ ରେ ତାଙ୍କ ମୃତ ଦେହ ଝୁଲୁଥିବା ଦେଖି କେତେକ ଲୋକ ପରିବାରଙ୍କୁ ଖବର ଦେଇଥିଲେ | ଏ ସମ୍ପର୍କରେ ତାଙ୍କ ବଡପୁଅ କୁନୁ ଜଗତ ଥାନାରେ ଲିଖିତ ଅଭିଯୋଗ କରିଥିଲେ, ଅଭିଯୋଗକୁ ଭିତ୍ତିକରି ଏସ. ଆଇ. ଶିବପ୍ରସାଦ ମହାନ୍ତି ଅନ୍ୟ କର୍ମଚାରୀଙ୍କୁ ସାଙ୍ଗରେ ନେଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତକରି ବ୍ୟବଛେଦ ପାଇଁ ପଠେଇଥିଲେ |ଶବ ବ୍ୟବଛେଦପରେ ପରିବାର ଲୋକଙ୍କୁ ହସ୍ଥାନ୍ତର କରାଯାଇଥିଲା l
More Stories
ଚନ୍ଦ୍ରଗିରି ବେଙ୍ଗଲୀ ମହିଳା ଙ୍କ ଆତ୍ମହତ୍ୟା ର ସୁରାଖ ନାହିଁ ! କାଶୀପୁର ପୋଲିସ ର ତଦନ୍ତ ଜାରି। ପ୍ରାୟଜିତ ନା ଷଡଯନ୍ତ୍ର ?
ବୋଲଗଡ଼ ଥାନା ପକ୍ଷରୁ ୧୪ବାଇକି ଜବତ ସହ ୨ଜଣ ଗିରଫ ।
ରାଇବନ୍ଧ ଗ୍ରାମ ପୋଖରୀ ପାଖରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।