ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ଶାଳିଆ ଡ୍ୟାମସ୍ଥିତ ମା’ ଡୋମଣୀ ଦେବୀଙ୍କ ପୀଠରେ ପୂର୍ବ ବର୍ଷ ପରି ଏହି ବର୍ଷ ମଧ୍ୟ ଚଣ୍ଡି ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ର ଆଚାର୍ଯ୍ୟ ପଣ୍ଡିତ ବିରୂପାକ୍ଷ ଦାଶ ପ୍ରଚାରକ ନିରଂଜନ ମହାପାତ୍ର ବ୍ରହ୍ମା ଭାବରେ ଯୋଗ ଦେଇଥିଲା ବେଳେ ଗୋଦାବରୀ ଦାସ ବଳରାମ ଦାସ ସୁରେଶ କୁମାର ଆଚାର୍ଯ୍ୟ ସନ୍ତୋଷ କୁମାର ବ୍ରହ୍ମା ପ୍ରମୁଖ ବୈଦିକ ବ୍ରାହ୍ମଣ ବୈଷ୍ଣବ ମାନେ ଯୋଗ ଦେଇଥିବା ବେଳେ ଶାଳିଆ ଜଳ ସେଚନ ବଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏହି ଯଜ୍ଞ ଦର୍ଶନ ସହ ମା’ ଡୋମଣି ଦେବୀ ଙ୍କ ଆଶ୍ରିବାଦ ପାଇବା ପାଇ ବହୁ ଭକ୍ତଙ୍କ ର ସମାଗମ ହୋଇଥଲା ବେଳେ ପାହାଡ ପର୍ବତ ଘେରା ଶାଳିଆ ଡ୍ୟାମର ଜଳରାଶିର ଅପୁର୍ବ ପ୍ରାକୃତିକ ପରିବେଷ ଆଗନ୍ତୁକ ମାନେ ଉପଭୋଗ କରିଥିଲେ। ପୁ୍ରୀ ଖୋର୍ଦ୍ଧା ଗଜ୍ଞାମ ଜିଲ୍ଲା ର ବହୁ ଶ୍ରଦ୍ଧାଳୁ ରଜର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଶାଳିଆଡ୍ୟାମ ସ୍ଥିତ ମା’ ଡୋମଣୀ ଦେବୀଙ୍କ ପୀଠରେ ଚଣ୍ଡି ମହାଯଜ୍ଞ !

More Stories
ଶାନ୍ତି ଶକ୍ତି ଭଵନରେ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ l
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।