ରିପୋର୍ଟ: ସ୍ନେହାଂଶୁ ଶେଖର ମହାନ୍ତି
ବରୀ:(ଆମ ଓଡ଼ିଶା ଖବର)ବରୀ ବ୍ଲକ ଅମଠପୁର ପଞ୍ଚାୟତର ପାଲଟପୁର ଗ୍ରାମରେ କୁମ୍ଭୀର ଆକ୍ରମଣ ରେ ପ୍ରାଣ ହରାଇଥିବା ଜ୍ୟୋସ୍ନାରାଣୀ ଜେନାଙ୍କ ପରିବାର କୁ ପିସିସି ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁ ଙ୍କ ସହିତ ଏକ ପ୍ରତିନିଧି ଦଳ ଭେଟିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଭଗବାନଙ୍କ ନିକଟେ ଅମର ଆତ୍ମାର ସଦଗତି କାମନା କରିଥିଲେ। ତାଙ୍କ ପରିବାର କୁ ମଧ୍ଯ କିଛି ଆର୍ଥିକ ସହଯୋଗ କରିଥିଲେ । ମୃତ ମହିଳା ଙ୍କ ଦୁଇ ପିଲାଙ୍କ ନାମରେ LIC ପଲିସି କରିଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ସେହି ଗ୍ରାମରେ ପାନୀୟ ଜଳର ଘୋର ଅଭାବ ଥିବାରୁ ସେଠାରେ ଏକ ନଳକୂପ କଂଗ୍ରେସ ଦଳ ତରଫରୁ ଯୋଗାଇ ଦିଆ ଯିବ ବୋଲି ପିସିସି ମୁଖପାତ୍ର ଶ୍ରୀ ଗୁରୁ କହିଥିଲେ। ଭେଟିବା ସମୟରେ ପିସିସି ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁ, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ନନ୍ଦ, ପିସିସି ସୋସିଆଲ ମିଡ଼ିଆ ସେଲ୍ ସମ୍ପାଦକ ଶ୍ରୀ ମାନସ ପରିଡ଼ା,ବରୀ ବ୍ଲକ ସଭାପତି ଶ୍ରୀ ମନୋଜ ଦାସ,ବରୀ ଯୁବ କଂଗ୍ରେସ ସଭାପତି ଶ୍ରୀ ଅପୂର୍ବ ସାମଲ, ଅମଠପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ମୋହାନ୍ତି, ସମାଜ ସେବୀ ରାଜେନ୍ଦ୍ର ମଲ୍ଲିକ, ସୁବାସ ଦାସ,ଅନାଦି ଦାସ, ଧୂପି ତ୍ରିପାଠୀଙ୍କ ସହିତ ଉପସ୍ଥିତ ବରିଷ୍ଠ ଗୁରୁଜନ,ଯୁବ ଓ ଛାତ୍ର ବନ୍ଧୁମାନେ।


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ