କାଳୁପଡାଘାଟ ରେଳ ଷ୍ଟେସନରେ ଆଜିଠୁ  ଅଟକିଲା ପ୍ରଶାନ୍ତି ଏକ୍ସପ୍ରେସ୍ l

ବିୟୁରୋ ରୁପୋର୍ଟ

ଖୋର୍ଦ୍ଧା ରେଳ ବିଭାଗର କାଳୁପଡାଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ୍ ଟ୍ରେନ୍ରହଣି ପାଇଁ ସ୍ଥାନୀୟ ଜନସାଧାରଣ ଙ୍କ ସମେତ ରେଳ ୟୁଜର୍ସ କମିଟି ( କାଳୁପଡାଘାଟ ) ପକ୍ଷରୁ ଦୀର୍ଘଦିନ ଧରି ଦାବି କରି ଆସୁଥିଲା , ଆଉ  ଏବେ ସଫଳ ହୋଇଛି , କାଳୁପଡାଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ୍ ଆଜି ଠାରୁ ରହଣି ଆରମ୍ଭ କରିଛି । BJP ର  ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର  ଏହି ଏକ୍ସପ୍ରେସ୍ ଟ୍ରେନ୍ ରହଣି ର ପ୍ରମୁଖ ଭୂମିକା ନିଭାଇଛନ୍ତି । ରେଳ କେନ୍ଦ୍ରମନ୍ତ୍ରୀ ଙ୍କ ସହିତ ଆଲୋଚନା କରି କାଳୁପଡାଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ୍ ରହଣି କରାଇଛନ୍ତି । ଆଜି କାଳୁପଡାଘାଟ ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ୍ ପ୍ରଥମ କରି ଅଟକିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଉକ୍ତ ଏକ୍ସପ୍ରେସ୍ ଟ୍ରେନ୍ କୁ ସ୍ୱାଗତ କରିଥିଲେ  । ଏନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ BJP ନେତା ଡ. ସମ୍ବିତ ପାତ୍ର  ଓ ପୃଥୀରାଜ ହରିଚନ୍ଦନ , BJP ନେତା ପୃଥୀରାଜ ହରିଚନ୍ଦନ , ଦୁସ୍ମନ୍ତ ହରିଚନ୍ଦନ  , ଖୋର୍ଦ୍ଧା ଜିଲ୍ଲା ପରିଷଦର ଏକ୍ସ ଚେୟାରମ୍ୟାନ ରାମଚନ୍ଦ୍ର ମହାପାତ୍ର , ସ୍ଥାନୀୟ ଜନ ପ୍ରତିନିଧି ଗଙ୍ଗାଧର ପ୍ରଧାନ , ବୁଦ୍ଧିଜୀବୀ ଚନ୍ଦ୍ରକାନ୍ତ ପାଇକରାୟ ,  ଜରିପଡା ଓ କଳକଳେଶ୍ୱର ସରପଞ୍ଚ ଏବଂ ଚିଲିକା ଓ ରଣପୁର ବ୍ଲକ ଚେୟାରମ୍ୟାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିବା ବେଳେ ବରିଷ୍ଠ ସଂଗଠକ ବିଜୟ କୁମାର ରାଉତ ମଞ୍ଚ ସଂଚାଳନ କରିଥିଲେ । ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ସମସ୍ତେ ସମବେତ କଣ୍ଠରେ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଏକ୍ସପ୍ରେସ୍ ରହଣି ପାଇଁ ସ୍ଥାନୀୟ ଅଞ୍ଚଳର ଯେଉଁମାନେ ଅକ୍ଲାନ୍ତ ସଂଗ୍ରାମ କରୁଥିଲେ ସେମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜନ ଆନ୍ଦୋଳନ ଓ କାଳୁପଡାଘାଟ ରେଳ ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ପାଇଁ ଗଣମାଧ୍ୟମରେ ସଦାସର୍ବଦା ଖବର ପ୍ରସାରଣ କରି ଆସୁଥିବା ଯୁବ ସାମ୍ବାଦିକ ବିନୁ ଦାସ ଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାଳୁପଡାଘାଟ ରେଳ ଷ୍ଟେସନର ନବୀକରଣ ପାଇଁ ପୁଣି ସଂଗ୍ରାମ ଜାରି ରହିବ ବୋଲି BJP ନେତା ପୃଥୀରାଜ ହରିଚନ୍ଦନ କହିଛନ୍ତି ।

error: Content is protected !!