ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )
ବୌଦ୍ଧ ଜିଲ୍ଲା ଯୋଗାଣ ସହାୟକ ସଂଘ ତରଫରୁ ବୌଦ୍ଧ ଜଗନ୍ନାଥ ମନ୍ଦିର ରେ ସଂଘ ର ସଭାପତି କୃପାସିନ୍ଧୁ ପ୍ରଧାନ ଙ୍କ ଅଧକ୍ଷତlରେ ଏକ ଜରୁରୀ କlଳିନବୈଠକ ଅନୁଷ୍ଠିତ ହୋଇଯାଇଛି! ବୈଠକ ରେ 4ଦଫା ଦାବି ସରକାରଙ୍କ ଦୃଷ୍ଟି ଗୋଚର କରିବାପାଇଁ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା ଓ ସରକାରଙ୍କ ଉଦ୍ଦେଶ୍ୟରେ 2013 ମସିହା ରୁ ଗ୍ରାମ ପଞ୍ଚାୟତ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ସ୍ନାତକ ଡିଗ୍ରୀ ଧାରୀ ବ୍ୟକ୍ତି ବିଶେଷ ଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ଯ ସ୍ଵଳ୍ପ ବେତନ ଦିଆଯାଉଛି ଏ ବାବଦରେ ସରକାର ଙ୍କୁ ବାରମ୍ବାର ଲିଖିତ ଆବେଦନ କଲେ ସୁଦ୍ଧା ସରକାର ଯୋଗାଣ ସହାୟକ ଙ୍କ ଭବିଷ୍ୟତ ବାବଦରେ କିଛି ପଦକ୍ଷେପ ନେଉ ନଥିବା,କୋରନା ମହାମାରୀ ସମୟରେ ଘର ଘର ବୁଲି ରାସନ ସମାଗ୍ରୀ ବଣ୍ଟନ ସମେତ ପଞ୍ଚାୟତ ର ସମସ୍ତ କାମରେ ଯୋଗାଣ ସହାୟକ ସାମିଲ କରାଯାଉଛି ଏପରିକି ଭତ୍ତା ବଣ୍ଟନ, କୋଭିଡ ସମୟରେ covid care centre ର ନୋଡାଲ ଅଫିସର, ପିଠା ପ୍ରୋଗ୍ରାମ, ନିର୍ବାଚନ ସମୟରେ VVPAT EVM ର master ଟ୍ରେନର ଭଲି ପଞ୍ଚାୟତର ସମସ୍ତ ଉନ୍ନୟନ କାର୍ଯ୍ୟରେ ଯୋଗାଣ ସହାୟକ କୁ ସାମିଲ କଲେ ସୁଦ୍ଧା ଦିନ ମଜୁରିଆ ଠାରୁ କମ୍ ପାରିଶ୍ରମିକ ଦିଆଯାଉଛି
ଏ ବାବଦରେ ସରକାର ଜଦି କିଛି ପଦକ୍ଷେପ ନ ନେବେ ତା ହେଲେ ଆଗାମୀ ଦିନରେ ରାଜ୍ଯ ଯୋଗାଣ ସହାୟକ ସଂଘ ର ନିଷ୍ପତ୍ତି ଅନୁଯାଇ ଏକ ରାଜ୍ଯ ବ୍ୟାପି ଗଣ ଧାରଣା ରେ ନିଜକୁ ସାମିଲ କରିବା ସହିତ କାର୍ଯ୍ୟ ବନ୍ଦ ର ଡାକରା ଦେବାକୁ ନିଷ୍ପତ୍ତି ନେଇଥିଲା ବୌଦ୍ଧ ଜିଲ୍ଲା ଯୋଗାଣ ସଂଘ! ଶେଷରେ ଚାରିଦଫା ଗୃହୀତ ଭିତରେ pds ଲାଇସେନ୍ସ ଯୋଗାଣ ସହାୟକ ନାମରେ ଦିଆଯିବା, ସହିତ ଚାକିରୀରେ ରେଗୁଲାର, ପାରିଶ୍ରମିକ 25000 କୁ ବୃଦ୍ଧି କରିବା ସହିତ ସରକାରୀ ମାନ୍ୟତା ଏବଂ କର୍ପୋରେସନ ରୁ ଦରମା ଦେବାଓ ଯୋଗାଣ ସହାୟକ ନାମକୁ ବଦଳ କରି ଆସିଷ୍ଟାଣ୍ଡ ମାର୍କେଟ ଇନ୍ସପେକ୍ଟର
କରାଯାଉ ବୋଲି ଦାବି ଥିବା ବେଳେ ଉକ୍ତ ବୈଠକ ରେ ସଭାପତି ଙ୍କ ସମେତ ଉପ ସଭାପତି -ନୀଳ ମାଧବ ପ୍ରଧାନ,
ସମ୍ପାଦକ – ପ୍ରମୋଦ କୁମାର ପ୍ରଧାନ,କୋଷାଧ୍ୟକ୍ଷ – ସୌମ୍ୟରଞ୍ଜନ ଦାଶ ଓ ଜିଲ୍ଲା ର 69ଗୋଟି ପଞ୍ଚାୟତ ର 60ଗୋଟି ଯୋଗାଣ ସହାୟକ ଉପସ୍ଥିତ ରହିଥିଲେ!
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”