ବେଗୁନିଆପଡା, (ଦେବାଶିଷ)
ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମାରୀପାରି ଗ୍ରାମର ଉଦୟନାଥ ମହାରଣା ଙ୍କ 94 ବର୍ଷ ବୟସରେ ପରଲୋକ ହେଇଯାଇଛି | ଦୀର୍ଘ ଦିନ ଧରି ବୟସାଧିକ କାରଣରୁ ସେ ତାଙ୍କ ସାନ ପୁଅ ଶଙ୍କର ମହାରଣା ଙ୍କ ଭୁବନେଶ୍ୱର ସ୍ଥିତ ଵାସ ଭବନରେ ଶଯ୍ୟାଶାୟୀ ଥିଲେ | ଶୁକ୍ରବାର ସକାଳ ଆଠ ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ଶେଜ ନିକଟରେ ଚାରି ପୁଅ, ପୁତ୍ର ବଧୂ, ନାତି ନାତୁଣୀ ଉପସ୍ଥିତ ଥିଲେ | ସ୍ବର୍ଗତ ଉଦୟନାଥ ମହାରଣା ଙ୍କ ଶେଷକୃତ କୁମାରୀପାରି ସ୍ମଶାନ ରେ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା | ଜଣେ ସ୍ନେହୀ, ପରପୋକାରୀ,ଆଦର ର ଲୋକଙ୍କୁ ହରାଇ ସ୍ଥାନୀୟ ଅଞ୍ଚଳରେ ବହୁ ବ୍ୟକ୍ତି ଝୁରି ହେଉଥିବା ଦେଖିବାକୁ ମିଳିଥିଲା | ସ୍ୱାଗତ ମହାରଣା ଙ୍କ ବଡ଼ ପୁଅ ଗୋପୀନାଥ ମହାରଣା ମୁଖାଗ୍ନି ଦେଇଥିବା ବେଳେ,ଦଇନ ମହାରଣା, କୈଳାସ ମହାରଣା ଓ ସାନ ପୁଅ ଶଙ୍କର ମହାରଣା ଙ୍କ ସମେତ ପୁତ୍ର ବଧୂ, ଝିଅ, ଜ୍ୟୋଇଁ, ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ |


More Stories
ଶ୍ରୀଗୌର ଜୟନ୍ତୀ ଏବଂ ବୈସ୍ନବାନନ୍ଦ ସରସ୍ଵତୀ”ଙ୍କ ଜୀବନୀ ପୂସ୍ତକ ତ୍ରୟ ଉନ୍ମୋଚିତ ଓ ଲୋକାର୍ପଣ ।
କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା ବାତାବରଣ।
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l