ବ୍ଲକ ର ବିଭିନ୍ନ ସ୍ଥାନ ରେ ପଥପାର୍ଶ୍ୱ ବିନିକରଣ କ୍ଷଣବେକ୍ଷଣ ଅଭାବ ବନ ବିଭାଗ କୁମ୍ଭ କର୍ଣ ନିଦ୍ରାରେ  l

ବୌଦ୍ଧ,, ( ଚିତ୍ତରଞ୍ଜନ ସିଂହ)
ସରକାର ସବୁଜ ସୁନ୍ଦର, ପରିବେଶ ଆମର ବୋଲି ନାରାବାଜି ଦେଉଛନ୍ତି l ଏପରିକି ବନ ବିଭାଗ କୁ ବିଭିନ୍ନ ଯୋଜନା ରେ ଲକ୍ଷ ଲକ୍ଷ ଟଙ୍କା ର ଅନୁଦାନ ଯୋଗାଇ ଦେଉଛନ୍ତି l କିନ୍ତୁ ତୃଣ ମୂଳସ୍ତର ରେ ବିଭାଗ ର ଅବହେଳା ପାଇଁ ସରକାର ଙ୍କ ଏଭଳି ମହତ ଯୋଜନା ଟି ସଫଳ ନହୋଇ ଦିଗ ହରା ହୋଇ ପଡ଼ିଥିବା ଭଳି ଚିତ୍ର ସାମ୍ନା କୁ ଆସିଛି l ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବିଭିନ୍ନ ସ୍ଥାନ ରେ ବନ ବିଭାଗ ପକ୍ଷରୁ ରାସ୍ତା ର ଉଭୟ ପାର୍ଶ୍ଵ ରେ ପଥ ପାର୍ଶ୍ଵ ବିନିକରଣ ଯୋଜନା ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି  ଗଛ ରୋପଣ କରାଯାଇଛି l କିନ୍ତୁ ପରବର୍ତୀ ସମୟ ରେ ଉକ୍ତ ରୋପଣ ବୃକ୍ଷ ର ରକ୍ଷଣବେକ୍ଷଣ ପାଇଁ ସରକାର ଅନୁଦାନ ଯୋଗାଇ ଦେଇଥିଲେ ମଧ୍ୟ ନିୟୋଜିତ ଥିବା ବନ କର୍ମଚାରୀ ଙ୍କ ଅବହେଳା ପାଇଁ ଏହି ଯୋଜନା ଟି ଦିଗହରା ହେଉଥିବା କେତେକ ସ୍ଥାନ ରେ ଦେଖିବାକୁ ମିଳିଥିବା ବେଳେ ବିଭାଗର ମନମୁଖୀ କାର୍ଯ୍ୟକୁ ପରିବେଶ ବିତ ମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି l ସୂଚନା ଥାଉକି ପୁରୁଣା କଟକ ରେଞ୍ଜ ଉଦୟ ପୁର ଠାରୁ ତିଳେଶ୍ୱର ପର୍ଯ୍ୟନ୍ତ ଦୀର୍ଘ 8 କିଲୋମିଟର ଭିତରେ 2ହଜାର ଗଛ ରୋପଣ ପାଇଁ 9ଲକ୍ଷ 60ହଜାର ଟଙ୍କା ଅନୁଦାନ ଆସିଥିବା ବେଳେ 2000ହଜାର ଗଛରୁ ବର୍ତମାନ ରକ୍ଷଣବେକ୍ଷଣ ଅଭାବହେତୁ କେତେକ ସ୍ଥାନ ରେ ଗଛ ଥିଲେ ଗୁଡା ନାଇଁ, ଗୁଡା ଥିଲେ ଗଛ ନାଇଁ ଏଭଳି ଚିତ୍ର ସାମ୍ନା କୁ ଆସିଥିବା ବେଳେ ବନ ବିଭାଗ ର ନିଷ୍ଠାପର କାର୍ଯ୍ୟ କୁ ନେଇ ସାଧାରଣ ରେ ପ୍ରଶ୍ନ ଉଠୁଛି l ସେହିପରି ଜଗନ୍ନାଥ ସଡ଼କ ର ସଦଳଗଣ୍ଡା ଠାରୁ -ରାଉତପଡା, ରାମଗଡ଼ ଠାରୁ ପ୍ରଗଳ ପୁର, ହାଟଗାଁ ରୁ କଲେଶ୍ୱର ଲାଗିଥିବା ପଥ ପାର୍ଶ୍ୱ ବିନିକରଣ ହେପାଜତ ନଥିବାରୁ ତାହା ବର୍ତମାନ ସଚୋନୀୟ ହୋଇପଡିଛି l ଅନ୍ୟପଟେ ମାଧପୁର ରେଞ୍ଜ ରେ ମଧ୍ୟ ଏଭଳି ସମାନ ଅବସ୍ଥା, ପଥ ପାର୍ଶ୍ଵ ବିନିକରଣ ନାମ ରେ ସରକାରୀ ଅର୍ଥ ଚଳୁ କରିବାରେ ପାରଙ୍ଗମ ବିଭାଗୀୟ କର୍ମଚାରୀମାନେ ବୋଲି ସାଧରଣ ରେ ଅଭିଯୋଗ ହେଉଛି l ଗଣ୍ଡପାଜୁ ରୁ ଯାବର, କୁସଙ୍ଗ ରୁ ଯାବର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ର ପଥ ପାର୍ଶ୍ଵ ବିନିକରଣ ବାଟ ବଣା ହୋଇଛି ଏହାକୁ ନେଇ ପୂର୍ବରୁ ବହୁତ ଥର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ନିଦ୍ରା ରେ ବିଭାଗ l ସରକାର ଙ୍କ ଏଭଳି ଯୋଜନା ରେ ଲକ୍ଷ ଲକ୍ଷ ଅନୁଦାନ ଆସୁଥିଲେ ମଧ୍ୟ ନିୟୋଜିତ ବିଭାଗୀୟ କର୍ମଚାରି ଙ୍କ ଦାୟିତ୍ୱ ହୀନତା ବେଫିକର ମନ ଭାବ କାର୍ଯ୍ୟ ଯୋଗୁଁ ଏଭଳି ସମସ୍ୟା ହେଉଛି ବୋଲି ପରିବେଶ ବିତ ପ୍ରମିଳ କୁମାର ଦନ୍ତା ଦାବୀ କରିବା ସହ  ବୌଦ୍ଧ ବନ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି l
,

error: Content is protected !!