ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି -27/9(ଆମ ଓଡିଶା ଖବର )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଝରୀଗାଁ ଘାଟିରେ ସ୍କୁଲ ବସ ଓଲଟି ପିଇଟି ଶିକ୍ଷକ ମୃତ୍ୟୁ ବରଣ କରିଥିବାବେଳେ କୋଡିଏ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଆହତ ହୋଇଥିବା ଖବର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି |
ସୂଚନାନୁସାରେ ଉମରକୋଟ ର ବିଭିନ୍ନ ସ୍କୁଲ ର ଛାତ୍ର,ଛାତ୍ରୀ ଙ୍କୁ ନେଇ ବସଯୋଗେ ପାନାବେଡା ଉଚ୍ଚ ବିଦ୍ୟାଳୟ ଚନ୍ଦାହାଣ୍ଡି ଖେଳ ଉତ୍ସବ ରେ ଯୋଗ ଦେବାପାଇଁ ଆସୁଥିବା ବେଳେ ଚନ୍ଦାହାଣ୍ଡି, ଝରୀଗାଁ ଘାଟିରେ ବସ ଟି ଭାରସାମ୍ୟ ହରେଇ ଓଲଟି ପଡିଥିଲା ଫଳରେ ସ୍କୁଲ ଛାତ୍ର, ଛାତ୍ରୀଙ୍କୁ ନେଇ ଯାଉଥିବା ପିଇଟି ଶିକ୍ଷକ ମୃତ୍ୟୁ ବରଣ କରିଥିବା ଓ କୋଡିଏ ରୁ ଉର୍ଦ୍ଧ ଛାତ୍ର, ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ଆହତ ଛାତ୍ର ଛାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ଝରୀଗାଁ, ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଥିବା ବେଳେ ମୃତ ପିଇଟି ଶିକ୍ଷକ ଙ୍କ ମୃତ ଶରୀରକୁ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ଥାନ୍ତର କରାଯିବ |


More Stories
ଯୁକ୍ତ ଦୁଇ ପରୀକ୍ଷାରେ ସଫଳତା ପାଇଲେ ହିମାଂଶୁ
ଜଣାଶୁଣା ସମାଜସେବୀଙ୍କ ପରଲୋକ
ସାରା ରାଜ୍ୟରେ ମଇ ୨୦ ତାରିଖରେ ସମସ୍ତ ମେଡିସିନ ଦୋକାନ ବନ୍ଦ ରହିବ।