ହରଭଙ୍ଗା 3/10/23(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ କାର୍ଯ୍ୟାଳୟ ପରିସର ରେ ମଙ୍ଗଳବାର ଦିନ ଜିଲ୍ଲାପାଳ ନୃସିହ ଚରଣ ସ୍ୱାଇଁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ ବ୍ଲକର ମୋଟ 78ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ 75ଟି ଅଭିଯୋଗ ବ୍ୟକ୍ତିଗତ ଓ ତିନୋଟି ସାମୁହିକ ଅଭିଯୋଗ ଶୁଣାଣି ରେ 62ଟି ଅଭିଯୋଗ କୁ ତତ୍କାଳୀନ ସମାଧାନ କରାଯାଇଥିଲା l ଏବଂ ମୁଖ୍ୟମନ୍ତ୍ରୀ ସହାୟତା ଫୋଣ୍ଡ ରୁ 26ଜଜଣଙ୍କୁ 2ଲକ୍ଷ 5ହଜାର ଟଙ୍କା ପ୍ରଦାନ କରାଯାଇଥିଲା l ରେଡ଼କ୍ରସ ରୁ 6ଜଜଣଙ୍କୁ 36ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି l ଏହି ଶୁଣାଣି ଶିବିର ରେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଙ୍କ ସମେତ ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକ, ତହସିଲଦାର ଶିବାନୀ ଦାସ, ଓ ବ୍ଳକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l
ହରଭଙ୍ଗା ଯୁଗ୍ମ ଅଭିଯୋଗ ଶୁଣାଣି l


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।