ବୌଦ୍ଧ :05/10.(ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅଂଚଳ ରେ ଆଗାମୀ ଦିନରେବିଭିନ୍ନ ସ୍ଥାନ ରେ ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜାର ଶାନ୍ତି ଶୃଙ୍ଖଳା ପାଇଁ ଗୁରୁବାର ଦିନ ପୁରୁଣା କଟକ ଥାନା ଅଧିକାରୀ ରଂଜିତ ମୁନି ଙ୍କ ଅଧକ୍ଷତା ରେ ଥାନା ପରିସରରେ ଏକ ଶାନ୍ତିପୂର୍ଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ଉକ୍ତ ଥାନା ଅଞ୍ଚଳ ରେ ବିଭିନ୍ନ ସ୍ଥାନ ରେ ହେଉଥିବା ଦୁର୍ଗାପୂଜା ର ଶାନ୍ତି ପୂର୍ଣ୍ଣ ପାଇଁ ଅନୁଷ୍ଠାନ ର କର୍ମକର୍ତା, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ବୁଦ୍ଧିଜୀବୀ, ସାମ୍ବାଦିକ ମାନେ ବୈଠକ ରେ ଯୋଗ ଦେଇ ଯାତ୍ରା ଶୃଙ୍ଖଳା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଏପରିକି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୁଣା କଟକ ଦୁର୍ଗାପୂଜା କୁ ନେଇ ଲୋକଙ୍କ ବେଶ ଗହଳି ରହୁଥିବାରୁ ତାହାକୁ ଦୃଷ୍ଟି ରେ ରଖି ପୁରୁଣା କଟକ ଦୁର୍ଗାପୂଜା ବଜାର କମିଟି ର ସଭାପତି ତଥା ଭୈରବୀ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନ ଓ ସ୍ଥାନୀୟ ସରପଞ୍ଚ ଅଶୋକ ସେଠି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପାଇଁ ନିଜସ୍ୱ ମତାମତ ରଖିଥିଲେ l ଅନ୍ୟପଟେ ବିଶେଷ କରି ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଯାତ୍ରା ରେ ସନ୍ଧ୍ୟା 7ଟାରୁ ରୁ ରାତି 10 ଟା ପର୍ଯ୍ୟନ୍ତ ବିଭିନ୍ନ ଛକ ଜନ ଗହଳି ସ୍ଥାନରେ ଟ୍ରାଫିକ ସୁବ୍ୟବସ୍ଥା କରିବା ପାଇଁ ହରଭଙ୍ଗା ବ୍ଲକ ଗଣମାଧ୍ୟମ ପ୍ରତିନିଧି ଥାନା ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଵା ବେଳେ ବୈଠକ ରେ ଯୋଗ ଦେଇଥିବା ବିଭିନ୍ନ କମିଟିର କର୍ମକର୍ତା ମାନେ ନିଜସ୍ୱ ମତ କୁ ପ୍ରକାଶ କରିଥିଲେ l ଶେଷରେ ଥାନା ଅଧିକାରୀ ଆଇନ ଶୃଙ୍ଖଳା ର କର୍ତଵ୍ୟ ଓ ସହଯୋଗ ପାଇଁ କମିଟି ଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ l ଏହି ଶାନ୍ତି ବୈଠକ ରେ ପୁରୁଣା କଟକ ଥାନା ଅଞ୍ଚଳ ର ବାଣିଭୂଷଣ ପୁର ପଞ୍ଚାୟତ ଶ୍ରୀବନ୍ତ ମେହେର, କରଞ୍ଜକଟା ସରପଞ୍ଚ ନିହାର ଘୋଷ, ପିତାମ୍ବର ପୁର ପଞ୍ଚାୟତ ର ସରପଞ୍ଚ ଅଜିତ ବାରିକ,ଆଡ଼େନିଗାଡ଼ ସରପଞ୍ଚ ଅଜିତ ପ୍ରଧାନ,ଲୁଣିବାହାଲ ଓ ତିଳେଶ୍ୱର ସରପଞ୍ଚ ପ୍ରତିନିଧି ସମେତ ବୁଦ୍ଧିଜୀବୀ, ଦୁର୍ଗାପୂଜା କମିଟିର କର୍ମକର୍ତା ମାନେ ଉପସ୍ଥିତ ଥିଲେ l
ଦୁର୍ଗାପୂଜା ପାଇଁ ପୁରୁଣା କଟକ ପୋଲିସ ର ଶାନ୍ତି ବୈଠକ…


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ