ବୌଦ୍ଧ 7/10/23(ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଜିଲା ପୁରୁଣାକଟକ ଛକରେ ଶନିବାର ସଂନ୍ଧ୍ୟା ୪ଟାରେ ଏକ ବାଇକ କୁ ଅଜଣା ମେକ୍ସ ବୋଲେରୋ ଧକ୍୍କା ଦେଇ ଫେରାର ମାରିଛି । ଦୁର୍ଘଟଣାରେ ବାଇକ ଆରୋହି ସ୍ୱାମୀ ସ୍ତ୍ରୀ ସହିତ ପୁଅ ଗୁରୁତର ଆହାତ ହୋଇଛନ୍ତି । ଆହାତମାନଙ୍କୁ ପ୍ରଥମେ ପୁରୁଣାକଟକ ମେଡିକାଲରେ ଚିକିତ୍ସା କରାଯାଇ ପରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମାତ୍ର ତାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଏବେ ସେମାନଙ୍କୁ ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଉଛି । ସୂଚନା ପ୍ରକାରେ ବୌଦ୍ଧ ବୁଟୁପାଲି ର ପ୍ରସନ୍ନ ସାହୁ ନିଜ ପରିବାର ସହ କନ୍ଧମାଳ ଜିଲା ଟିକାବାଲି ରେ ରୁହନ୍ତି । ଆଜି ନିଜ ପରିବାର ସହ ଏକ ବାଇକ ଯୋଗେ ଟିକାବାଲିକୁ ଯାଉଥିବା ବେଳେ ୫୭ ନମ୍ବର ଜାତୀୟ ରାଜପଥ ର ପୁରୁଣାକଟକ ଛକରେ ଏକ ମ୍ୟାକ୍ସ ବୋଲେରୋ ଗାଡି ସାମମନାରୁ ଧକ୍କା ଦେଇ ପଳାଇଥିଲା । ଦୁର୍ଘଟଣାରେ ପ୍ରସନ୍ନ ସାହୁ, ସ୍ତ୍ରୀ ମଧୁସ୍ମିତା ସାହୁ ଓ ପୁଅ ଭବେଶ ଗୁରୁତର ଭାବେ ଆହାତ ହୋଇଛନ୍ତି । ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି ।
ପୁରୁଣାକଟକ ଛକରେ ବାଇକ କୁ ପିଟିଲା ମେକ୍ସ ବୋଲେରୋ, ସ୍ୱାମୀ ସ୍ତ୍ରୀ ସହିତ ପୁଅ ଗୁରୁତର ଆହାତ, ବୁର୍ଲା ସ୍ଥାନାନ୍ତର l

More Stories
ପ୍ରାଚୀନ ରାମମନ୍ଦିର ପ୍ରାଙ୍ଗଣରେ ସତସଙ୍ଗ ଅନୁଷ୍ଠିତ!
SI OF POLICE, SARANKUL PS, NABBED BY ODISHA VIGILANCE WHILE TAKING BRIBE RS 4,000/-
ଆସିଷ୍ଟାଣ୍ଟ_ପ୍ରୋଜେକ୍ଟ ମ୍ୟାନେଜରଙ୍କ ଘରେ ରେଡ୍,