ବ୍ୟୁରୋ ରିପୋର୍ଟ
ଗଞ୍ଜାମ( ଆମ ଓଡ଼ିଶା ଖବର )ଆଜି ତା :26/10/23: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୁଢ଼ାମ୍ବ ଗ୍ରାମରେ ବଡ ଆଡମ୍ବରେ ପାଳିତ ହୋଇଯାଇଛି ଗ୍ୟାରିମ ସରିଫ, ବୁଢ଼ାମ୍ବ ଗ୍ରାମର ମସଜିତ ଇମାମ ସାହେବ.ସଗିର ଅହେମଦ,ଙ୍କ ନିର୍ଦେଶ କ୍ରମେ ପ୍ରତେକ ବର୍ଷ ଏକ ଗଉଷପାକ ଉରୁଷ ଗ୍ୟାରିମ ସରିଫ ଅନୁଷ୍ଠିତ ହେଉଛି,

ଏହି ଉରୁଷ ରେ ସାମିଲ ହେଉଛନ୍ତି ବୁଢ଼ାମ୍ବର ଆଖପାଖ ହିନ୍ଦୁ ଓ ମୁସ୍ଲିମ,ଭାଇ ଚାରାର ଏହି ଧାର୍ମିକ କାର୍ଯ୍ୟକ୍ରମ କୁ ଉପଭୋଗ କରିବା ପାଇଁ ଓଡ଼ିଶାର କୋଣ ଅଣୁକୋଣରୁ ହଜାର ହଜାର ସଂଖ୍ୟାରେ ସଶ୍ରଦ୍ଧାଳୁଙ୍କ ଏଠାରେ ଭିଡ ଜମିବାରେ ଲାଗୁଛି ପ୍ରତେକ ବର୍ଷ ଏଠାରେ ଛୁଟି ଆସୁଛନ୍ତି ଶ୍ରଦ୍ଧାଳୁ, ଗଉସେ ଆଜମ ର ଉରୁଷ ବଡ ଶାନ୍ତି ପୂର୍ବକ ଅନୁଷ୍ଠିତ ହୋଇଛି l

ଗଉସେ ଆଜମ ଓଲିଙ୍କର ସର୍ଦାର ଗୌସେ ଆଜମ ଙ୍କ ନାମରେ ମାନସିକ କରୁଛନ୍ତି ଶ୍ରଦ୍ଧାଳୁ,ତାଙ୍କର ମାନସିକ ପୁରା ହଉଛି ସେଥିପାଇଁ ଧାର୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଏଠାରେ ଶ୍ରଧାଳୁ ଏକତ୍ରିତ ହେଉଛନ୍ତି ଏହି କାର୍ଯ୍ୟକ୍ରମ ବୁଢ଼ାମ୍ବ ଗ୍ରାମର ଗୌଶିଆ କମିଟିର ଯୁବକ, ଅବଦୁଲ ଆଜିଜ.ଓ ତାଙ୍କ ସହଯୋଗୀ ମାନେ ମିଶି ଶାନ୍ତି ଶୃଙ୍ଖଳା ରେ ପରିଚାଳନା କରୁଅଛନ୍ତି l ଶାନ୍ତି ଶୁଙ୍ଖଳାରେ ଧାର୍ମିକ କାର୍ଯ୍ୟ ସମାପ୍ତ ହୋଇଥିବାରୁ ବୁଢ଼ାମ୍ବ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି l


More Stories
హైదరాబాద్ మహిళా ఐపీఎస్ బడుగుల సుమతి, యావత్ దేశ పోలీసులకు ఒక గొప్ప మంత్రాన్ని అందించారు.
ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍: ମାଷ୍ଟରମାଇଣ୍ଡ ପୁଣେର ଜୀବବିଜ୍ଞାନ ଅଧ୍ୟାପିକା ମନୀଷା ମନ୍ଧାରେ ଗିରଫ।
ସିବିଆଇ ପଞ୍ଝାରେ ନିଟ ପ୍ରଶ୍ନପତ୍ର ଲିକ୍ର କିଙ୍ଗପିନ ପ୍ରଫେସର କୁଲକର୍ଣ୍ଣି