ବୌଦ୍ଧ: (ଚିତ୍ତରଞ୍ଜନ ସିଂ)
ହରଭଙ୍ଗା ବ୍ଲକସ୍ଥିତ ଚାରିଛକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ମଞ୍ଜୁଲତା ମହାଲିକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏହି ଅବସରରେ ଏବିଇଓ ସତ୍ୟନାରାୟଣ ମିଶ୍ର ଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ବିଇଓ ଅଜୟ କୁମାର ଲୁହା ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏବିଇଓ ଜଗତ ମଲ୍ଲିକ, ଏବିଇଓ ଜୋଷ୍ଣାରାଣୀ ମହାପାତ୍ର, ସିଆରସିସି ହରମୋହନ ଦନାୟକ ଯୋଗଦାନ କରି ଥିଲେ l ବିଦ୍ୟାଳୟ ପ୍ରଧାନଶିକ୍ଷକ ନିର୍ମଳ ରଣା, ଶିକ୍ଷୟତ୍ରୀ ସତ୍ୟଭାମା ସାହୁ, ମନମୋହନ ସାହୁ, ଲିଙ୍ଗରାଜ କହଁର ଶିକ୍ଷୟତ୍ରୀ ଙ୍କ କର୍ମମୟ ଜୀବନ ସ୍ମୁତି ଅବତାରଣା କରିଥିବା ବେଳେ, ମୁଖ୍ୟ ଅତିଥି ବିଦାୟୀ ଶିକ୍ଷୟତ୍ରୀଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନକରି ସମ୍ମାନିତ କରିଥିଲେ l ଉତ୍ସବର ଆବାହକ ସୁଧାକର ଜେଠୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସଭାରେ ବନୀଭୂଷଣପୁର କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ l
More Stories
ଶଙ୍କରରେଶ୍ୱରଙ୍କ ବିଶ୍ଵଶାନ୍ତି ମହାଯଜ୍ଞରେ ସ୍ଵେଚ୍ଛାସେବୀ ରକ୍ତଦାନ ଶିବିର ।
ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଯୋଗଦାନ କରିଛନ୍ତି l
ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ।