ବୌଦ୍ଧ(ଚିତ୍ତରଞ୍ଜନ ସିଂ)
ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ଼, ଅଧିନସ୍ଥ କୁସଙ୍ଗ ରେଞ୍ଜ ଗୋଲାଈ ଘାଟି ଆଣ୍ଟି ପ୍ରୋଚିଂ ଗୃହ ରୁ ବହୁ ସାମଗ୍ରୀ ଚୋରି ହୋଇଥିବା ଜଣାପଡିଛି!ଖବର ଅନୁଯାଇ ଉକ୍ତ କୁସଙ୍ଗ ବିଟ ଗୋଲାଈ ଘାଟି ଆଣ୍ଟି ପ୍ରୋଚିଂ ଗୃହ ରେ 7ମାସ ହେଲା ଏକ ପାଣି ମୋଟର , ସୋଲାର ବ୍ୟାଟେରୀ1ଟି ,ସୋଲାର ପ୍ଲେଟ 2ଗୋଟି ଓ ବଲବ ଗୋଟିଏ ସରକାରୀ କାର୍ଯ୍ୟରେ ଲାଗୁଥିଲା ଓ ଏହି ସବୁ ଜିନିଷ ଚଳିତ ମାସ 3ତାରିଖ ରାତ୍ରିରେ ଗୃହ ର ତାଲା କାଟି ଚୋରି ହୋଇଥିବାର ବନରକ୍ଷୀ ଅର୍ଚନା ଦୁର୍ଗା ହରଭଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି!ଅଭିଯୋଗ କୁ ଭିତ୍ତି କରି ହରଭଙ୍ଗା ଥାନା ପକ୍ଷରୁ ଉକ୍ତ ଚୋରି ଘଟଣାର ତଦନ୍ତ ଚାଲୁରହିଥିବା ବେଳେ ଏ ପର୍ଯ୍ୟନ୍ତ ଚୋରି ଜିନିଷ ଓ ଚୋର ର କୌଣସି ସନ୍ଧାନ ମିଳିନ ଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି!


More Stories
କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଠାବ ହୋଇଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଜଙ୍ଗଲରେ।
ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପର ୪ ଅଧିକାରୀ ଗିରଫ ।
ବନ୍ଧୁକ ଦେଖାଇ ମହିଳାଙ୍କ ସୁନାଚେନ୍ ଲୁଟ୍ l