5ଟି ସ୍କୁଲ ର ବିକଳ ଚିତ୍ର,ବିଦ୍ୟାଳୟ ପରିସର ରେ  ନର୍ଦ୍ଦମା ପୋଖରୀ l

ବୌଦ୍ଧ,, ( ଚିତ୍ତରଞ୍ଜନ ସିଂହ )

ସରକାର ସ୍ୱଚ୍ଛ ନିର୍ମଳ ପରିବେଶ ପାଇଁ ଛାତ୍ରଛାତ୍ରୀ ଙ୍କୁ ଅନେକ ସଚେତନତା ବାର୍ତା ବାଣ୍ଟୁଛନ୍ତି l ଏପରିକି ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ଗୁଡିକ ରେ ଉତ୍ତମ ପରିବେଶ, ସୁସ୍ଥ ସମାଜ ପାଇଁ ଦିଆ ଯାଉଛି ଶିକ୍ଷା l କିନ୍ତୁ ଖୋଦ ବିଦ୍ୟାଳୟ ପରିସର ରେ ଥିବା  ନାଳ ନର୍ଦମା ଆବର୍ଜନା ରେ ପରିପୂର୍ଣ ପୋଖରୀ ଟି ଏହି ଶିକ୍ଷାସଚେତନତା କୁ ଏକ ଚ୍ୟାଲେଞ୍ଜ ସଦୃଶ ଭଳି ଠିଆ ହୋଇଥିବା ବେଳେ ଶିକ୍ଷା ବିଭାଗ ଠୁ ଆରମ୍ବ କରି ପ୍ରଶାସନ ର ପର୍ଯ୍ୟନ୍ତ ସ୍କୁଲ ପରିସର ସ୍ୱଚ୍ଛ ପରିବେଶ ଉପରେ କେତେ ତତ୍ପର ଥିବେ ଚିତ୍ର ହିଁ ତାର ପ୍ରଥମେ ବୟାନ କରୁଛି l ଏହା ପୁଣି ସରକାର ଙ୍କ 5ଟି ସ୍କୁଲ, ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ ହାଇସ୍କୁଲ ର ସମସ୍ୟା l ସୂଚନା ଥାଉକି ସ୍କୁଲ ଟି ଅତି ପୁରାତନ, କିନ୍ତୁ ପରବର୍ତୀ ସମୟ ସରକାର ଙ୍କ ପକ୍ଷରୁ 2020/21 ରେ 5ଟି ସ୍କୁଲ ରେ ପରିଣତ ହୋଇଥିଲା lବିଦ୍ୟାଳୟଶ୍ରେଣୀ କୋଠରୀ ଠୁ ଆରମ୍ଭ କରି  ଚତୃପାର୍ଶ୍ଵର ଉନ୍ନତି କ୍ଷେତ୍ର ,ରେ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା l କିନ୍ତୁ ଠିକାଦାର ଓ ଯନ୍ତ୍ରୀଙ୍କ ସଳସୂତାର ସହ ପ୍ରଶାସନ ର ଅବହେଳା ପାଇଁ 5ଟି ସ୍କୁଲ ଭିତରେ ଥିବା ନର୍ଦମା ପୋଖରୀ କୁ ମାଟି ପକାଇ ପୋତି ଦିଆଯାଇ ପାରିନଥିଲା l ଫଳରେ 5ଟି ସ୍କୁଲ ପାଇଁ ଆସୁଥିବା ଅନୁଦାନ କେଉଁ କେଉଁ ଦିଗରେ ଖର୍ଚ୍ଚ କରାଯାଉଛି ବୋଲି ସାଧରଣ ରେ ଏକ କାର୍ଯ୍ୟ ପ୍ରତି ବିସ୍ମୟ ସୃଷ୍ଟି କରୁଛି l

ଅନ୍ୟପଟେ ବିଦ୍ୟାଳୟ ଭିତରେ ରେ ଖୋଲା ପରିତ୍ୟକ୍ତ ପୋଖରୀ ଥିବା ବେଳେ,ନାଳ ନର୍ଦମା ସୃଷ୍ଟି ହୋଇ ବିଭିନ୍ନ ସମୟ ରେ ମଶା, ମାଛି, ବେଙ୍ଗ ଏପରିକି ବିଭିନ୍ନ ସମୟ ରେ ବିଷଧର ସାପ ମଧ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଭିତରେ ସାମ୍ନା କରିବାକୁ ପଡୁଛି ବୋଲି ଅଭିଯୋଗ ହେଉଛି l ଏହି ବିଦ୍ୟାଳୟ କୁ  ଅନେକ ଥର ବୌଦ୍ଧ ଜିଲ୍ଲା ତତ୍କାଳୀନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପରିଦର୍ଶନ ରେ ଆସି ପୋଖରୀ ର ଉନ୍ନତି କରଣକରି ସୁଇମିଙ୍ଗପୁଲ ନିର୍ମାଣ କରିବା ପାଇଁ ନିର୍ଦେଶ ଦେଇଥିଲେ l କିନ୍ତୁ ତାହାମଧ୍ୟ କାର୍ଯ୍ୟକାରି ହୋଇପାରିଲା ନାହିଁ ପରବର୍ତୀ ସମୟ ରେ ମିଶ୍ର ଙ୍କ ଅବସର ପରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ମଧ୍ୟ ଆସି ବିଦ୍ୟାଳୟ ର ଭିତ୍ତିଭୂମି ଅବସ୍ଥା ଦେଖିବା ସହ ପରିତ୍ୟକ୍ତ ପୋଖରୀ ରେ ମାଟି ପକାଇ ତାରି ଉପରେ ମନୋରମ ଗାର୍ଡେନ କରିବା ପାଇଁ ନିର୍ଦେଶ ଦେଇଥିଲେ l କିନ୍ତୁ ଦୁଇ ଦୁଇ ଜିଲ୍ଲାପାଳ ଙ୍କ କାର୍ଯ୍ୟ ରୁ ଅବସର ନେଇ ସାରିଥିଲେ ମଧ୍ୟ ଉକ୍ତ ପରିତ୍ୟକ୍ତ ପୋଖରୀ ର କୌଣସି ଉଦ୍ଧାର କାର୍ଯ୍ୟ ହୋଇପାରିଲା ନାହିଁ l ଯାହା ଫଳ ରେ ମଇଳା ଆବର୍ଜନା, ପାଣି ଜମି ଆଶ୍ବସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ମଶା,ମାଛି, ବେଙ୍ଗ ପାଦ୍ରୁଭାବ ବଢ଼ୁଥିବା ବେଳେ ଶ୍ରେଣୀ କୋଠରୀ ରେ ବିଭିନ୍ନ ସମୟ ରେ ସାପ ମଧ୍ୟ ଦେଖିବାକୁ ମିଳିଛି ବୋଲି ଛାତ୍ରଛାତ୍ରୀ ଓ ଅଭିଵାବକ ଙ୍କ ଭିତରେ ଦାବୀ ହେଉଛି l ଏଭଳି ସମସ୍ୟା କୁ ନେଇ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସରୋଜିନୀ ମଣ୍ଡଳ ଙ୍କୁ ପଚାରିବାରୁ ପରିତ୍ୟକ୍ତ ପୋଖରୀ ଉନ୍ନତି କରଣ ପାଇଁ ଆମେ ବହୁ ଥର ଉପରିସ୍ତ ଅଧିକାରୀ ଙ୍କୁ ଜଣାଇ ଆସିଚୁ l ଜିଲ୍ଲାପାଳ ମଧ୍ୟ ଆସି ସମସ୍ୟା ପରିଦର୍ଶନ ଫେରି ଯାଇଛନ୍ତି  ଏପଟେ ପରିତ୍ୟକ୍ତ ପୋଖରୀ ପାଇଁ ମଶା ମାଛି ବୃଦ୍ଧି ପାଉଛି ଓ କେତେକ ସମୟ ରେ ଶ୍ରେଣୀ କୋଠରୀ ଭିତରୁ ସାପ, ବିଛା ମଧ୍ୟ ଦେଖିବାକୁ ମିଳିଛି ବୋଲି ପ୍ରକାଶ କରିଥିବା ବେଳେ ବିଦ୍ୟାଳୟ ପରିସର ଭିତରେ ଥିବା ନର୍ଦମା ପୋଖରୀ ର  ଉନ୍ନତି କରଣ ପାଇଁ ଛାତ୍ରଛାତ୍ରୀ ଅବିଭାବକ ଓ ସ୍ଥନୀୟ ଅଞ୍ଚଳ ର ବୁଦ୍ଧିଜୀବୀ ଙ୍କ ଭିତରେ ଦାବୀ ହେଉଛି l

error: Content is protected !!