ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା 14/8/23() ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ରେଞ୍ଜ ଅନ୍ତର୍ଗତ ହାରଭଙ୍ଗା ର ଶୁରୁଣ୍ଡୀ ଗ୍ରାମ୍ୟ ଜଙ୍ଗଲରୁ କାଠ ମାଫିଆ ମାନେ ମୂଲ୍ୟ ବାନ ଶାଗୁଆନ କାଠ ଚୋରି କରି ସିଧାସଳଖ ବନ ବିଭାଗ କୁ ଚାଲେଞ୍ଜ କରିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୁର୍ବୃତ୍ତ ମାନେ ବନ ବିଭାଗ ର ନାକ ତଳେ ରହି ଏଭଳି କାମ କରିବା ବିଭାଗ ପାଇଁ ମୁଣ୍ଡ ବ୍ୟଥା ର କାରଣ ସାଜିଛି। ସରକାର ଲୋପ ପାଉଥିବା ଜଙ୍ଗଲ ର ପୁନର୍ଜୀବିତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମୂଲ୍ୟବାନ ଗଛ ଲଗାଉ ଥିବା ବେଳେ ଦୁର୍ବୃତ୍ତ ମାନେ ସେସବୁ କୁ ଖୋଲା ଖୋଲି ଚାଲେଞ୍ଜ କରି କାଟି ନେଇଯାଉଛନ୍ତି। ଏପଟେ ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମ୍ୟ ଜଙ୍ଗଲ କମିଟି, ବିଭାଗ ତରଫରୁ ଫରେଷ୍ଟ ଗାର୍ଡ, ୱାଚର୍ ପ୍ରଭୃତି ନିଯୁକ୍ତି ଦିଆ ଯାଇଥିଲେ ମଧ୍ୟ, କେଉଁଠି ନା କେଉଁଠି ବନବିଭାଗ ର କର୍ଯ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେଣୁ ତୁରନ୍ତ ଏହାର ତଦନ୍ତ କରି ଦୋଷୀ କୁ କଠୋର ରୁ କଠୋର ଦଣ୍ଡିତ କରିବା ପାଇଁ ଗ୍ରାମର ଯୁବ ନେତା ସର୍ବେଶ୍ଵର କ୍ଷେତି ଙ୍କ ସହ ସୁରୁଣ୍ଡି ଗ୍ରାମବାସୀ ଦାବୀ କରିଛନ୍ତି।


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।