( ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ )
ବାଲିଗୁଡ଼ା: ମିନି ମାରାଥନ୍ ଅବସରରେ ପ୍ଲାଷ୍ଟିକ ମୁକ୍ତ ଓ ପରିବେଶ ସୁରକ୍ଷା ବାର୍ତ୍ତା । ୭୭ତମ ସ୍ବାଧୀନତା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ଏକ ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ଏସଡିପିଓ ୟସ୍ ପ୍ରତାପ ଶ୍ରୀମଲ ସବୁଜ ପତାକା ଦେଖାଇ ମିନ ମାରାଥନ୍ ର ଶୁଭାରମ୍ଭ କରିଥିଲେ । ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ୍ ପର୍ଯ୍ୟନ୍ତ ଏବଂ ସେଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶେଷ ହୋଇଥିଲା ଏହି ମିନି ମାରାଥନ୍ । ଏଥିରେ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ପାଞ୍ଚ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅଞ୍ଚଳରୁ ପ୍ଲାଷ୍ଟିକ୍ ମୁକ୍ତ ଏବଂ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ଅଞ୍ଚଳବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ମିନି ମାରାଥନରେ କୃତି ପ୍ରତିଯୋଗୀଙ୍କୁ ସ୍ବାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯିବ ବୋଲି କହିଛନ୍ତି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଉପଖଣ୍ଡ ଉତ୍ସବ ପାଳନ କମିଟି ସମ୍ପାଦକ ପ୍ରହ୍ଲାଦ ଖୋସଲା । ସେପଟେ ଏହି ମିନି ମାରାଥନରେ ଅଂଶଗ୍ରହଣ କରି ନିଜକୁ ଗର୍ବିତ ଅନୁଭବ କରିବା ସହ ଅଞ୍ଚଳକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ଏବଂ ପରିବେଶ ସୁରକ୍ଷିତ ରଖିବାପାଇଁ ବାର୍ତ୍ତା ଦେଇଛନ୍ତି ପ୍ରତିଯୋଗୀ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଉତ୍ସବ ପାଳନ କମିଟି ସମ୍ପାଦକ ତଥା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହ୍ଲାଦ ଖୋସଲାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ । ଅନ୍ୟପଟେ ମାରାଥନ୍ ସମୟରେ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ୍ ମୁତୟନ କରାଯାଇଥିଲା ।


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।