ବୌଦ୍ଧ,, ( ଚିତ୍ତରଞ୍ଜନ ସିଂହ )
ଶନିବାର ସକାଳ 8 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ କୋଡାସିଙ୍ଗା ଗ୍ରାମରେ ଏକ ପାଗଳ କୁକୁର କାମୁଡ଼ାରେ 3 ଜଣ ଆହତ ହୋଇଛନ୍ତି | ସମସ୍ତ ଆହତଙ୍କୁ ପରିବାର ଲୋକେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଶନିବାର ସକାଳ ପ୍ରାୟ 8 ଘଣ୍ଟା ସମୟରେ ଏକ ପାଗଳ କୁକୁର ହଠାତ୍ ଗାଆଁ ଦାଣ୍ଡରେ ଯାହାକୁ ଦେଖିଲା ଗୋଡ଼ାଇ ଗୋଡ଼ାଇ ହାତକୁ କାମୁଡ଼ିଲା l କିଛି ଲୋକ କୁକୁର କାମୁଡ଼ାରୁ ବର୍ତ୍ତି ଯାଇଥିବା ବେଳେ ଗ୍ରାମର ଭାଗବତ ଅମାତ୍, ଲଂବୋଦର ବେହେରା ଓ ସୁଷମା ବେହେରା କାମୁଡ଼ାର ଶିକାର ହୋଇଥିଲେ l ଗ୍ରାମବାସୀ ଠେଙ୍ଗା ବାଡି ଧରି କୁକୁରକୁ ଘଉଡ଼lଇ ଦେଇଥିବା ବେଳେ ପାଗଳ କୁକୁର ଭୟରେ ଗ୍ରାମରେ ସମସ୍ତଙ୍କ ଘରେ କବାଟ ବନ୍ଦ କରି ବାହାରକୁ ବାହାରୁ ନଥିବା ଜଣା ପଡିଛି l


More Stories
ବେଗୁନିଆପଡା ଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ l
କେନ୍ଦ୍ରାପଡ଼ା ଉଚ୍ଚ ବିଦ୍ୟାଳୟର 1994 ମେଟ୍ରିକ ବ୍ୟାଚ ବନ୍ଧୁମିଳନ l
ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସଵ l