ଧର୍ମଗଡ ବ୍ଲକ୍ କଦଳୀମୁଣ୍ଡା ପଂଚାୟତ ହାତୀପଖାନ ଗ୍ରାମରେ ବଜ୍ରପାତରେ ଜଣେ ବୃଦ୍ଧା ଗୁରୁତ୍ୱର ହୋଇଥିବା ଜଣାପଡିଛି । ସୂଚନା ମତେ ଗ୍ରାମର ଶିବରାତ୍ରି ମାଝୀ ( ୬୫) ଆଜି ଅପରାହ୍ନରେ ଛେଳି ମେଣ୍ଢା ଚରାଇବା ପାଇଁ ଯାଇଥିଲେ ।ଏହି ସମୟରେ ହଠାତ୍ ବର୍ଷା ସାଂଗକୁ ଘଡଘଡି ହୋଇଥିଲା । ବୃଦ୍ଧା ଜଣକ ନିକଟସ୍ଥ ଏକ ଗଛ ମୂଳେ ରହିଥିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା ଫଳରେ ବୃଦ୍ଧା ଜଣକ ତଳେ ପଡ଼ି ଗୁରୁତ୍ୱର ଆହତ ହୋଇଥିବା ବେଳେ ଉକ୍ତ ଗଛଟି ଜଳି ଯାଇଥିଲା । ଗୁରୁତ୍ୱର ଅବସ୍ଥାରେ ଗ୍ରାମବାସୀ ବୃଦ୍ଧା ଙ୍କୁ ଉଦ୍ଧାର କରି ଧର୍ମଗଡ଼ ମେଡ଼ିକାଲ ପଠାଇଥିଲେ । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।



More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l