ଧର୍ମଗଡ ବ୍ଲକ୍ କଦଳୀମୁଣ୍ଡା ପଂଚାୟତ ହାତୀପଖାନ ଗ୍ରାମରେ ବଜ୍ରପାତରେ ଜଣେ ବୃଦ୍ଧା ଗୁରୁତ୍ୱର ହୋଇଥିବା ଜଣାପଡିଛି । ସୂଚନା ମତେ ଗ୍ରାମର ଶିବରାତ୍ରି ମାଝୀ ( ୬୫) ଆଜି ଅପରାହ୍ନରେ ଛେଳି ମେଣ୍ଢା ଚରାଇବା ପାଇଁ ଯାଇଥିଲେ ।ଏହି ସମୟରେ ହଠାତ୍ ବର୍ଷା ସାଂଗକୁ ଘଡଘଡି ହୋଇଥିଲା । ବୃଦ୍ଧା ଜଣକ ନିକଟସ୍ଥ ଏକ ଗଛ ମୂଳେ ରହିଥିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା ଫଳରେ ବୃଦ୍ଧା ଜଣକ ତଳେ ପଡ଼ି ଗୁରୁତ୍ୱର ଆହତ ହୋଇଥିବା ବେଳେ ଉକ୍ତ ଗଛଟି ଜଳି ଯାଇଥିଲା । ଗୁରୁତ୍ୱର ଅବସ୍ଥାରେ ଗ୍ରାମବାସୀ ବୃଦ୍ଧା ଙ୍କୁ ଉଦ୍ଧାର କରି ଧର୍ମଗଡ଼ ମେଡ଼ିକାଲ ପଠାଇଥିଲେ । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।
More Stories
ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଯୋଗଦାନ କରିଛନ୍ତି l
ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ।
ବୃଦ୍ଧା ମହିଳାଙ୍କ ଘରପୋଡି ପାଉଁଶ, ସରକାରି ସହାୟତା ପାଇଁ ଗୁହାରି l