ଧର୍ମଗଡ- କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ନିକଟ ଚିଲିଚିଲା ଗ୍ରାମର ଚତୁର୍ପାଶ୍ୱ ରାସ୍ତା ଚିହ୍ନଟ ପାଇଁ ବୁଧବାର ଗ୍ରାମବାସି ଧର୍ମଗଡ ଉପଜିଲ୍ଲାପାଳ ଓ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଉଲ୍ଲେଖ ଯେ ଗାଁ ରାସ୍ତା ରେ ଦିନକୁ ଦିନ ଲୋକେ ଘର, ବାଡ଼, ପିଣ୍ଡା ସବୁ ନିର୍ମାଣ କରୁଥିବା ଫଳରେ ଗାଁ ରାସ୍ତା ଦିନକୁ ଦିନ ସଂକୀର୍ଣ୍ଣ ହୋଇଯାଉଛି ଯାହାରି ଫଳରେ ଗାଁ ଭିତରକୁ ଦମକଳ ଗାଡି ଓ ଆମ୍ବୁଲାନ୍ସ ଯାଇପାରୁନାହିଁ।ରୋଗୀଙ୍କୁ କାନ୍ଧରେ ବୋହି ମୁଖ୍ୟ ରାସ୍ତା ରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣି ନିକଟସ୍ଥ ଡାକ୍ତରଖାନା କୁ ନେଇ ଚିକିତ୍ସିତ କରିବାକୁ ପଡୁଛି ଏବଂ ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଦାବିପତ୍ର ମାଧ୍ୟମରେ ଗ୍ରାମବାସୀ ଧର୍ମଗଡ ଉପଜିଲ୍ଲାପାଳ ଓ ଧର୍ମଗଡ ତହସିଲଦାର ଙ୍କ ନିକଟରେ ଜଣାଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ସମାଜସେବୀ ଢଗ ନାଏକ ଙ୍କ ନେତୃତ୍ୱରେ ସୁବାସଚନ୍ଦ୍ର ଧଙ୍ଗଡ଼ାମାଝୀ,କୁଳମଣି ସାଗର, ଧର୍ମପଦ ସୁନାନୀ, ପ୍ରଶାନ୍ତ ନାଏକ, ଜୀବନ୍ତ ମାଝୀ, ଦୁଷ୍ଟ କୁମାର ଧଙ୍ଗଡ଼ାମାଝୀ,ନାଗେଶ୍ୱର ନାଏକ, ଭୁଜବଳ ହଂସ,ଚମ୍ପକ ସେଠି,ଗୋପୀ ଶବର,କିରଣ ସୁନାନୀ, ଅଙ୍କିତ ସେଠି,ମହେନ୍ଦ୍ର ଧଙ୍ଗଡ଼ାମାଝୀ, ଭକ୍ତ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ।
ରାସ୍ତା ଚିହ୍ନଟ ପାଇଁ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଦାବିପତ୍ର


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।