ଚନ୍ଦାହାଣ୍ଡି ରୁ ମୋହନଲାଲ ସୁନାନୀଙ୍କ ରିପୋର୍ଟ
ଚନ୍ଦାହାଣ୍ଡି:୦୬/୦୭(ନି:ପ୍ର)ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ ରେ ହରିଜନ ଶବ୍ଦ ବ୍ୟବହାରକୁ ନେଇ ପ୍ରଯୋଜକ ଝିଲିକ୍ ଭଟ୍ଟାଚାର୍ଯ୍ୟ , ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ଅଭିନେତା ଅମ୍ଳାନ ଦାସ, ଓ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କ ବିରୋଧରେ ଥାନାରେ ଏତଲା ଦିଆ ଯାଇଛି।ଚଳଚ୍ଚିତ୍ର ର ପ୍ରଦର୍ଶନ ପ୍ରସାରଣ ରୋକ ଲଗାଇବା ସହିତ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, ଦାବି କରିଛନ୍ତି।

ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନାରେ ଏତଲା ଦିଆ ଯାଇଥିବା ବେଳେ ଉକ୍ତ ଏତଲାକୁ ଏ.ଏସ.ଆଇ ବସନ୍ତ କୁମାର ସ୍ବାଇଁ ଗ୍ରହଣ କରିଛନ୍ତି। ଉକ୍ତ ଦାବି ପତ୍ର ପ୍ରଦାନ ଅନୁସୂଚିତ ଜାତି (ଏସ୍.ସି) ମୂଳନିବାସୀ ସଂଘ, ଚନ୍ଦାହାଣ୍ଡି ର ସଭାପତି ପୀତାମ୍ବର ସୋରୀ ଓ ଚନ୍ଦାହାଣ୍ଡି ବ୍ଲକ ଡମ୍ବ ସମାଜର ସଭାପତି ଶ୍ରୀ ନରେଶ୍ୱର ବେଶ୍ରା ଙ୍କ ନେତୃତ୍ଵରେ ଡମ୍ବ ସମାଜ ର ସମ୍ପାଦକ ସନ୍ତୋଷ ଟାକ୍ରି ,ଭୀମସେନ ଡଙ୍ଗରି,,ଜଗଦୀଶ ବାଘ, ଆଇନଜିବୀ ଖେମରାଜ ବାଘ, ଚନ୍ଦ୍ରଧ୍ଵଜ ଡଙ୍ଗରି,ନଳୀନ ଡଙ୍ଗରି, ପବିତ୍ର ଡଙ୍ଗରି,ଲିଙ୍ଗରାଜ ଚୌହାନ,କୁନା ଯାଲି,ମୋହନଲାଲ ସୁନାନୀ (ସାମ୍ବାଦିକ ),ଗୌତମ କଚିମ୍,ନରହରି ଜାଲ,ସେଶମଲ୍ ହରପାଲ, ଲଖିଧର ବାଘ,ବୃନ୍ଦାବନ ବାଘ,ଚକ୍ରଧର ଚୌହାନ,ପ୍ରଭାତ ସୁନା,ବଳଭଦ୍ର ଜାଲ,ପ୍ରମୁଖ ଉପସ୍ଥିତ ଥିଲେ।
ତେବେ ଉକ୍ତ ଚଳଚ୍ଚିତ୍ର ର ପ୍ରଯୋଜକ, ନିର୍ଦ୍ଦେଶକ,ଅଭିନେତା, ଅଭିନେତ୍ରୀ, ନିର୍ମାତା ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବୀ କରାଯାଇଛି l ଏତଦବ୍ୟତୀତ ଆଇନତଃ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନଗଲେ ଏହାର ପ୍ରତିବାଦ ରେ ଆଗାମୀ ଦିନରେ ରାଜରାସ୍ତା ରେ ଏକ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି l



More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।