କୋଦଳା, (ରାକେଶ ମହାରଣା):ଗଞ୍ଜାମ ଜିଲ୍ଲା କୋଦଳା ଥାନା ପରିସରରେ ମଙ୍ଗଳବାର ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କୋଦଳା ଆମ ପୋଲିସ ସମିତି ପକ୍ଷରୁ ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ, କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ଉପସ୍ଥିତ ରହି ଉଦଘାଟନ କରିଥିଲେ। ଏହି ରକ୍ତ ଦାନ ଶିବିରରେରେ ଦୁଇ ମହିଳା ରକ୍ତଦାତା ଙ୍କ ସମେତ 125 ଜଣ ରକ୍ତଦାନ କରିଥିଲେ | କୋଦଳା ଥାନା ର ଆଇଆଇସି ଉମାକାନ୍ତ ସାହୁ ଙ୍କ ସମେତ ସମସ୍ତ ଥାନା କର୍ମଚାରୀ ରକ୍ତଦାନ କରିଥିଲେ | ଏହି ଶିବିରରେ ଯୁବ ସମାଜସେବୀ ସୁନୀଲ ପାଣ୍ଡୀ ଙ୍କ ସମେତ ବହୁ ଯୁବକ, ସ୍ବେଛାସେବୀ,ବିଭିନ୍ନ ପଞ୍ଚାୟତ ର ପ୍ରତିନିଧି ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ |ବ୍ରହ୍ମପୁର ରକ୍ତ ଭଣ୍ଡାରର ଦେବାଶିଷ ପଣ୍ଡା,ସୁଶାନ୍ତ କୁମାର ପଣ୍ଡା,ରାମ ହରି ପଣ୍ଡା,ଚିନ୍ମୟୀ ବେହେରା,ଦମ୍ବୁରୁ କରକି,ବାବୁନି ବେହେରା,ପ୍ରତୀକ୍ଷା ଦାସ,ଶିବ ଶମ୍ଭୁ କହର,ଅଶ୍ୱିନୀ କୁମାର ରାଉତ,ପ୍ରଣବ ଶଙ୍କର ମିଶ୍ର,ଦୀପକ ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ | ରକ୍ତ ଗ୍ରହୀତା ଭାବେ ସୁଚାରୁ ରୂପେ କାର୍ଯ୍ୟ କରିବା ସହ କଞ୍ଚଣା ସରକାରୀ ଉର୍ନତି ଉଚ୍ଚ ବିଦ୍ୟାଳୟରୁ ଆସିଥିବା ସ୍କାଉଟ ଓ ଜୁନିଅର ରେଡକ୍ରସର ଛାତ୍ର ଛାତ୍ରୀ ମାନେ ଏଥିରେ ଉପସ୍ଥିତ ରହି ସହଯୋଗ କରିଥିଲେ | ଦିଗପଡ଼ା ସରପଞ୍ଚ ସମୀର ଶତପଥି ,କାଲିମେଘି ସରପଞ୍ଚ ପ୍ରତିନିଧି ବିଶ୍ଵାମିତ୍ର ତ୍ରିପାଠୀ,ସାନ ଉସ୍ତାପଡା ସରପଞ୍ଚ ସନ୍ତୋଷ କୁମାର ସ୍ୱାଇଁ,ଚିଙ୍ଗୁ୍ଡିଖୋଲ ସରପଞ୍ଚ ପ୍ରତିନିଧି ବସନ୍ତ ମଲିକ,ଦିଗାପଡ଼ା ପୂର୍ବତନ ସମିତି ସଭ୍ୟ ବିଭୁତି ଭୂଷଣ ପାଣ୍ଡୀ,
ମହେନ୍ଦ୍ର ଗୌଡ଼ ଙ୍କ ସମେତ ମର୍ଦକୋଟ, କଞ୍ଚଣା ବେରୁହାବାଡ଼ି ପଂଚାୟତର ବହୁ ଲୋକେ ରକ୍ତଦାନ ଶିବିର ରେ ଯୋଗ ଦେବା ସହ ଗ୍ରୀନ କ୍ଳବ, ସତ୍ୟସାଇ ସେବାସଙ୍ଘ, ଡ୍ରଇଭର ସଙ୍ଘ ସମସ୍ତେ ମିଳିତ ଭାବେ ରକ୍ତ ଅଭାବରୁ କୌଣସି ଲୋକର ଜୀବନ ଚାଲି ନଯାଉ ବୋଲି କହି ରକ୍ତଦାତାଙ୍କୁ ଉସ୍ଛାହିତ କରିଥିଲେ |ରକ୍ତ ଅଭାବ ଜନିତ ମୃତ୍ୟୁ କୁ ରୋକିବା ସହ ସମାଜରେ ରକ୍ତଦାନ କରି ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିବା ପାଇଁ ସମସ୍ତେ ଆଗକୁ ଆସି ରକ୍ତଦାନ କରିବା ଆବଶ୍ୟକ ବୋଲି କୋଦଳା ଥାନା ଆଇଆଇସି ଉମାକାନ୍ତ ସାହୁ କହିଥିଲେ | ବେଗୁନିଆପଡା ଥାନା ଭାରପ୍ରାପ୍ତ ଅଧିକାରୀ ସଂଗ୍ରାମ ଦେଉରୀ ଉପସ୍ଥିତ ଥିଲେ |ଉକ୍ତ ଶିବିରରେ 125 ରୁ ଊର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି |
କୋଦଳା ଆମ ପୋଲିସ ସମିତି ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ l


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ