ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା:ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତ ର ଦେଉଳିଆପଡା ସ୍ଥିତ କଣ୍ଟାବଳିଙ୍ଗୀ ପୋଖରୀ ଖନନ କୁ ନେଇ କିଛି କୁଚକ୍ରୀ ଗୋଷ୍ଠୀ ନାନା ପ୍ରକାର ଭୁଲ ତଥ୍ୟ ପ୍ରଦାନ କରୁଥିବା ବେଳେ ବାସ୍ତବରେ ମନରେଗା କାମ ରେ ଏହି ପୋଖରୀ ର ପୁର୍ନଉଦ୍ଧାର କରାଯାଇଥିବା କଥାକୁ ସ୍ୱୀକାର କରିଛନ୍ତି ଜବ କାର୍ଡ ଧାରି | ଗତ ଜୁନ ମାସରେ ଏହି ପୋଖରୀ ର ପୁର୍ନଉଦ୍ଧାର କାର୍ଯ୍ୟ କୁ ଜବ କାର୍ଡ ଧାରୀ ମାନେ ନିଜେ କାର୍ଯ୍ୟ କରି ପୋଖରୀ ଖୋଳା ର ଧାର୍ଯ୍ୟ ସମୟସୀମା ଭିତରେ କାର୍ଯ୍ୟ ସମ୍ପୂର୍ଣ୍ଣ କରି ନିଜ ନିଜର ପ୍ରାପ୍ୟ ପାଇଥିବା ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି | ଏହି ପୋଖରୀ କାର୍ଯ୍ୟ କୁ ଗାଁ ସାଥି ଅର୍ଚନା ପଟ୍ଟନାୟକ କରିଥିବା ବେଳେ କାର୍ଯ୍ୟ ରେ ନିୟୋଜିତ ଥିବା ସମସ୍ତ ଜବ କାର୍ଡ ଧାରୀ କାର୍ଯ୍ୟ କରିବା ସହିତ ସମସ୍ତେ ନିଜର ପ୍ରାପ୍ୟ ପାଇଥିବା ନେଇ ଜଣାଇଛନ୍ତି | ତେବେ କିଛି କୁଚକ୍ରୀ ଗୋଷ୍ଠୀ କିଛି ଗଣମାଧ୍ୟମ କୁ ଡାକି ମିଥ୍ୟା ଅପ ପ୍ରଚାର କରିବା ସହିତ ଘଟଣା ର ଅନୁସନ୍ଧାନ ନ କରି, କାର୍ଯ୍ୟ କରୁଥିବା ଗାଁ ସାଥି ଙ୍କ ପ୍ରତିକ୍ରିୟା ନ ନେଇ ଘଟଣା କୁ ଅନ୍ୟ ରୂପ ଦେବାକୁ ଚେଷ୍ଟା କରୁଛନ୍ତି | ତେବେ ପୋଖରୀ ଖନନ ଏଵଂ ସଫେଇ କାର୍ଯ୍ୟ ସରିଯାଇଥିବା ବେଳେ ଏହି କାର୍ଯ୍ୟ କୁ ହୋଇନଥିବା ଦର୍ଶାଇ କାହିଁକି ବିରୋଧୀ ସ୍ୱର ଉତ୍ତୋଳନ କରୁଛନ୍ତି ଏଵଂ ଏଥିରେ କିଛି ରାଜନୈତିକ ଅଭିସନ୍ଧି ରହିଛି କି ତାକୁ ନେଇ ଉଠିଛି ପ୍ରଶ୍ନ |


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ