ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ବାଲିଗୁଡ଼ା ୦6/11/23 ଦୁର୍ଗମ ଓ ଦୁର୍ଦ୍ଦିନ ରେ ଦିନ କାଟୁଛନ୍ତି ଅନେକ ଆଦିବାସୀ ପରିବାର, ତେବେ ସରକାରୀ ଯୋଜନା କାହା ପାଇଁ ? ସମସ୍ୟା ରେ ଜୁଝୀ ହେଉଛନ୍ତି ଗ୍ରାମବାସୀ, ବିକାଶ ଠାରୁ ବହୁ ଦୂର ରେ ଆଦିବାସି ଅଧ୍ୟୁଷିତ ଅଞ୍ଚଳ ଉଡ୍ରାପାଙ୍ଗା, ଟିଟମାହା ଓ କିଲୁପଡ଼ା। ବିକାଶ ଏଠି ବାଟବଣା। ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତି ର ଅଭାବ ପାଇଁ ପହଁଚି ପାରୁନି ସରକାରୀ ଯୋଜନା । ରାଜ୍ୟ ସରକାର ବିକାଶର କଥା କହୁଛନ୍ତି, ହେଲେ ଏଠି ବିକାଶ କାଗଜ କଲମରେ ସୀମିତ, ଟେବୁଲ ତଳେ ଚାପି ହୋଇ ରହି ଯାଉଛି। ଫେଲମାରିଛି ସରକାରୀ ଯୋଜନା । ଆଜିବି ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧା ପାଇ ପାରୁନାହାନ୍ତି ଅଞ୍ଚଳବାସି । ବିକାଶ ନାଁ ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ତଥାପି ବଦଳି ପାରୁନି ଆଦିବାସି ଅଧ୍ୟୁଷିତ ଗାଁ ର ଭାଗ୍ୟ। ଏବେ ବି ଅବହେଳିତ ଅବସ୍ଥାରେ ରହିଛି ଅନେକ ଅପହଞ୍ଚ ଇଲାକା। ବିକାଶ ନାଁ ରେ ଆସୁଥିବା କୋଟି କୋଟି ଟଙ୍କା କୁ ଠିକ୍ ଭାବେ ତଦାରଖ କରୁ ନାହାଁନ୍ତି ପଞ୍ଚାୟତ ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀ। ବ୍ଲକ ପ୍ରଶାସନ ର ଆନ୍ତରିକତା ଓ ଦୁରଦୃଷ୍ଟି ଅଭାବ ରୁ ବଦଳି ପାରୁନି ଏ ଆଦିବାସୀ ଗାଁ ର ଭାଗ୍ୟ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ବାଲିଗୁଡ଼ା ବ୍ଲକ ପରମପାଙ୍ଗା ପଞ୍ଚାୟତ ର ଉଡ୍ରାପାଙ୍ଗା ଓ ଟିଟମାହା ଗ୍ରାମ ରେ। ବାଲିଗୁଡ଼ା ବ୍ଲକ ସଦର ମହକୁମା ରୁ ୨୨ କିଲୋମିଟର ଓ ପରମପାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ତଥା ୫୯ ନମ୍ବର ଜାତୀୟ ରାଜପଥ ଠାରୁ ମାତ୍ର ଦୁଇ ରୁ ତିନି କିଲୋ ମିଟର ଦୂର ରେ ଏ ଆଦିବାସୀ ଗାଁ ଅବସ୍ଥିତ। ଉଡ୍ରାପାଙ୍ଗା ଗାଁ ପୂର୍ବରୁ ଏକ ପାହାଡ଼ିଆ ନାଳ ପଡ଼େ। ଏହା ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିଲା। ଏ ଦାବି କୁ ଗ୍ରହଣ କରି ବାଲିଗୁଡ଼ା ବ୍ଲକ ପ୍ରଶାସନ ଏକ ସ୍ଥାୟୀ ପୋଲ ନିର୍ମାଣ କରିଥିଲେ। ପୋଲ ନିର୍ମାଣ ହେଲା ସତ କିନ୍ତୁ ପୋଲ ଟି ନାଳ ଉପରେ ନିର୍ମାଣ ନ ହୋଇ ଭୁଲ ନକ୍ସା ଅନୁସାରେ ଶୁଖିଲା ସ୍ଥାନ ରେ ନିର୍ମାଣ ହୋଇଛି। ଫଳ ରେ ଏହା ଏବେ ଜନସାଧାରଣ ଙ୍କ ବ୍ୟବହାର ରେ ଆସୁ ନାହିଁ। ଏ ତିନି ଗାଁ ର ପାଖାପାଖି ୨୦/୨୨ ଜଣ ଛାତ୍ରଛାତ୍ରୀ ପରମପାଙ୍ଗା ବିଦ୍ୟାଳୟ ଯାଆନ୍ତି। କେତେବେଳେ କଣ ହୁଏ ତାର କିଛି ଗ୍ୟାରେଣ୍ଟି ନାହିଁ। ଲୋକମାନେ ଆଗରୁ ଯେଉଁ କଷ୍ଟ ରେ ଯାତାୟତ କରୁଥଲେ ଏବେ ବି ସେ କଷ୍ଟ ଚାଲୁ ରହିଛି। ଏ ନେଇ ସ୍ଥାନୀୟ ଲୋକମାନେ ବାଲିଗୁଡ଼ା ବ୍ଲକ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ କିନ୍ତୁ କେହି ଶୁଣି ନ ଥିଲେ। ଫଳ ରେ ଉଡ୍ରାପାଙ୍ଗା ଓ ଟିଟମାହା ଗ୍ରାମ ର ଲୋକ ଙ୍କ ସମସ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ପାନୀୟ ଜଳର ଉତ୍କଟ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। କିନ୍ତୁ ତାହା ସଠିକ୍ ରୂପାୟନ ହୋଇ ପାରୁ ନାହିଁ ବୋଲି ଅଭିଯୋଗ କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।ରାଜ୍ୟ ସରକାରଙ୍କ ବସୁଧା ଯୋଜନା ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି। ସାହିରେ ଗୋଟିଏ ନଳକୂପ ଅଛି । କିନ୍ତୁ ଏ ନଳକୂଅର ପାଣି ବ୍ୟବହାର ଯୋଗ୍ୟ ନୁହେଁ। ପାଖାପାଖି ୩୦ ଟି ନିପଟ ଆଦିବାସୀ ପରିବାର ଚୂଆଁ ପାଣି ଉପରେ ନିର୍ଭର କରୁଛନ୍ତି। ଉଡ୍ରାପାଙ୍ଗା ଓ ଟିଟମାହା ଗାଁ ମଝିରେ ରେ ନାଳ ଭିତରେ ରେ ଗାତ ଖୋଳି ଚୁଆଁ କରିଛନ୍ତି , ଯାହାକି ଗାଁ ଲୋକ ଙ୍କ ପାଇଁ ସାହା ଭରଷା ପାଲଟିଛି। ୩୦ ଟି ଆଦିବାସୀ ପରିବାର ନାଳ ମଝି ରେ ଚୁଆଁ ଖୋଳି ପାନୀୟ ଜଳ ସଂଗ୍ରହ କରୁଛନ୍ତି ହେଲେ ଗୁହାରୀ କଲେବି ଶୁଣିବାକୁ କେହିନାହିଁ । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ ତିନି କିଲୋମିଟର ଦୂର ଏ ଗାଁ ତଥାପି ଏ ପର୍ଯ୍ୟନ୍ତ ଗାଁ ରେ ସ୍ଥାନୀୟ ପ୍ରଶାସନ ର ପାଦ ପଡ଼ି ନାହିଁ। ଚୁଆଁ ପାଣି ପିଇବା ଛଡ଼ା ଅନ୍ୟ ଉପାୟ ଆଉ ନାହି। ବସୁଧା ଯୋଜନା ମାଧ୍ୟମ ରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ଏ ବ୍ୟୟ ବରାଦ ଯାଉଛି କୁଆଡେ଼ ?
ରାଜ୍ୟ ସରକାରଙ୍କ ଯୋଜନା କାହା ପାଇଁ ପାଣି ନା ରାସ୍ତା ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ।


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।