ବେଗୁନିଆପଡା(ଦେବାଶିଷ ମହାରଣା):ରବିବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମ ସ୍ଥିତ ମା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ନୂଆଁଗଡ ମଣ୍ଡଳର ସଭାପତି ଶ୍ରୀ ରମେଶ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱ ରେ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ କୁ ପରିଚାଳନା କରିଥିଲେ ମଣ୍ଡଳ ସମ୍ପାଦକ ଶ୍ରୀ ବସନ୍ତ କୁମାର ଭୂୟାଁ | ମଣ୍ଡଳ ଅଧିନସ୍ଥ ୧୦ଖଣ୍ଡ ଗ୍ରାମ ହଲନ୍ଦା ,ପତ୍ରପୁର ,କୁମାରିପାରୀ , କୁମ୍ଭାରଗାଁ,ଅଙ୍ଗାରଗାଁ, ନୂଆଁଗଡ଼,ହଂସତୁଳି, ଗୋପାଳପୁର, ତାଳସର ଶାଳବଣ ର ସଭାପତି ସମ୍ପାଦକ ଓ ସମସ୍ତ କମିଟି ବୃନ୍ଦ ଉପସ୍ଥିତ ଥିଲେ। ତତସହିତ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ସିଦ୍ଧେଶ୍ବର ଅଞ୍ଚଳ ପରିଷଦର ଉପଦେଷ୍ଟା ଶ୍ରୀ ଗୌରୀ ସୁମନ୍ତରାୟ,ନିଖିଳ ଉତ୍କଳ ଓଡ୍ର ଖଣ୍ତାୟତ କାଲାଞ୍ଜି ସମାଜ ନୂଆଁଗଡ ମଣ୍ଡଳ କମିଟିର ଉପଦେଷ୍ଟା ବୁଲା ଜେନା ଙ୍କ ଉପସ୍ଥିତରେ ଆଲୋଚ୍ୟ ବିଷୟ ଥିଲା ସମାଜ ତଥା ଜାତିର ମମତା ଜାତିର ଉନ୍ନତି ସମାଜର ସଂଗଠନକୁ କିପରି ସୁଦୃଢ଼ କରିହେବା ଏହାକୁ ବିଗତ ଦିନରେ ହୋଇଥିବା ଓଡ୍ର ଖଣ୍ତାୟତ କାଳଞ୍ଜି ସମାଜ ମହାସଭାରେ ନୂତନ ଭାବେ ଗୃହିତ ହୋଇଥିବା ସରକାରଙ୍କ ତରଫରୁ ସ୍ୱୀକୃତିପ୍ରାପ୍ତ ସମାଜ ସଂସ୍କାର ପାଇଁ ନୂତନ ସମ୍ବିଧାନର ନୀତିନିୟମ ଉପରେ ଆଲୋଚନା ହୋଇଥିଲା। ଏଥି ସହ ଆଗରୁ ବାକିରହିଥିବା ଅଭିଯୋଗ ର ସୁ ବିଚାର କରି ନ୍ୟାୟ ପ୍ରଦାନ କରାଯାଇଥିଲା ।
ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ l

More Stories
ଶାନ୍ତି ଶକ୍ତି ଭଵନରେ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ l
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।