ରିପୋର୍ଟ (ଦେବାଶିଷ)
ବେଗୁନିଆପଡା (ଆମ ଓଡ଼ିଶା ଖବର )ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଭୁକ୍ତ ହଂସତୁଳି ଗ୍ରାମର ଛକ ସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ତିନୋଟି ଘର ସମ୍ପୂର୍ଣ ଭାବରେ ଜଳି ପୋଡି ପାଉଁଶ ହୋଇ ଯାଇଛି | ଏହି ଅଗ୍ନିକାଣ୍ଡ ରେ ସ୍ୱର୍ଗତ ବୁଲୁ ଡାକୁଆ, ରଙ୍କ ଡାକୁଆ, ନାରାୟଣ ଡାକୁଆ, ଅଜୟ ନାୟକ, ପ୍ରଭାକର ଙ୍କ ଘର ଜଳି ପୋଡି ଛାରଖାର ହୋଇଯାଇଛି | ତେବେ ଅଗ୍ନିକାଣ୍ଡ ର ପ୍ରକୃତ କାରଣ ଜଣା ପଡି ନଥିବା ବେଳେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି | ନିଆଁ ଲିଭାଇବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସମେତ କୋଦଳା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇ ଥିଲେ | ଏହି ଘଟଣାରେ କେହି ଆହତ ହୋଇ ନଥିଲେ ମଧ୍ୟ ଘର ର ସମସ୍ତ ଆସବାବ ପତ୍ର ସମ୍ପୂର୍ଣ ଜଳି ପୋଡି ପାଉଁଶ ହୋଇ ଯାଇଛି | ସବୁଠୁ ଦୁଃଖର କଥା ହେଲା ଏସବୁ ପରିବାର ଗରିବ ଦିନ ମଜୁରିଆ ଶ୍ରେଣୀର | ଖଟିଲେ ଘର ଚଳାଉଥିବା ମଣିଷ ଙ୍କ ପାଇଁ ଦଇବ ଦାଉ ସାଧିଥିବା ବେଳେ ଏ ନେଇ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଙ୍କୁ ଅବଗତ କରାଯାଇଥିବା ଜଣା ପଡିଛି | ତେଣୁ କୋଦଳା ତହସିଲ ପ୍ରଶାସନ ଏହି ଘଟଣା କୁ ଅନୁଧ୍ୟାନ କରି ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଙ୍କ ତରଫରୁ ଅନୁରୋଧ କରାଯାଇଛି |


More Stories
ବ୍ଲକ ସ୍ତରୀୟ ୪୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ l
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ l
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l