ରିପୋର୍ଟ :ଦେବାଶିଷ ମହାରଣା
ବ୍ରହ୍ମପୁର,(ଆମ ଓଡିଶା ଖବର):ଓଡିଶା 2/1997 ବ୍ୟାଚର ନାଭାଲ ସାଙ୍ଗ ମାନଙ୍କ ଏକ ବନ୍ଧୁ ମିଳନ ସମାରୋହ ଗୋପାଳପୁର ଠାରେ ଅନୁଷ୍ଠିତ ହୋଇଯାଇଛି | 24 ଏଵଂ 25 ଦୁଇ ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଏହି ବ୍ୟାଚ ର 26 ଜଣ ନାଭାଲ ପୂର୍ବତନ କର୍ମଚାରୀ ଯୋଗ ଦେଇ ପାରିବାରିକ ବନ୍ଧୁ ମିଳନ ପୂର୍ବକ ପୁରୁଣା ସ୍ମୃତି କୁ ମନେ ପକାଇ ଥିଲେ | ନିଜକୁ ଜଣେ ଜଣେ ଇଣ୍ଡିଆନ ନ୍ୟାଭି ର ଅଭିନ୍ନ ଅଙ୍ଗ ଭାବେ ଗୌରବାନ୍ବିତ ମନେ କରି ପରସ୍ପର ଭାବ ଆଦାନ ପ୍ରଦାନ କରିବା ସହ ଖୁସି ବ୍ୟକ୍ତ କରିଥିଲେ |

ପରେ ଗଞ୍ଜାମ ର ପ୍ରତିଷ୍ଠିତ ଦେଵୀ ମା ତାରାତାରିଣୀ ଏବଂ ମା ଭୈରବୀ ଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ | ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନାଭାଲ ଭେଟେରାନ ଜଗଜୀବନ ପାତ୍ର , ସୁଧାକର ଏବଂ ଭଗବାନ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ | ଦୀର୍ଘ ଦିନର ବ୍ୟବଧାନ ପରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ଆଗକୁ ମଧ୍ୟ ଏହି ଧାରା ବଜାୟ ରଖିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା | ତେବେ ବନ୍ଧୁତ୍ୱ ଦୃଷ୍ଟିରୁ ଏହିଭଳି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଆଗକୁ ହେବା ଦରକାର ବୋଲି ଶୁଭେଛୁ ମତବ୍ୟକ୍ତ କରିଛନ୍ତି |


More Stories
ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ପଦାରେ ପଡିଲା ତରବରିଆ ମେଡିକାଲ ରୁ ଡିଶ୍ଚାର୍ଜ !