ରିପୋର୍ଟ :-ରଂଜିତ କୁମାର ପୋଲାଇ
ହିଞ୍ଜିଳିକାଟୁ:୨୪/୦୭ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଅନ୍ତର୍ଗତ ପାକିଡି ବାଲିଘାଟର ନିଲାମି ହୋଇଥିବା ସ୍ଥାନ ପଟରୁ ବାଲିଉଠାଣ ନହୋଇ ଋଷିକୂଲ୍ୟା ନଦୀର ଗୁଡିସର ପଟରୁ ବେଆଇନ ଭାବେ ବାଲିଉଠାଣ ଯୋଗୁଁ ନିକଟସ୍ଥ ଗ୍ରାମାଞ୍ଚଳରେ ଅଭିଯୋଗ ହେଉଛି । ପ୍ରତି ଗାଡିର ଟ୍ରିପ ପିଛା ସରକାରୀ ନିୟମ ଅନୁଯାୟୀ ଓ୍ବାଇ ଫାର୍ମ ବାଲିଗାଡି କୁ ଦେବାର ଥିବାବେଳେ ସ୍ଥାନୀୟ କାର୍ଯ୍ଯାଳୟର ଅଧିକାରୀ ମାନେ ତଦନ୍ତ ନକରିବା ପର୍ଯ୍ୟନ୍ତ ଗୋଟିଏ ଓ୍ବାଇ ଫାର୍ମ ବାରମ୍ବାର ଗାଡି ଚାଳକଙ୍କୁ ବ୍ଯବହାର କରିବା ପାଇଁ ବାଧ୍ୟତାମୂଳକ କରାଯାଉଥିବା ମଧ୍ୟ ଅଭିଯୋଗ ଆସୁଛି । ଯାହା ଫଳରେ ସରକାରଙ୍କ ରାଜସ୍ୱ ହାନି ହୋଇଥାଏ ।ସୁଚନାମତବକ ବେନିୟମ ଭାବେ ଦିନକୁ ଗୁଡିସର ପଟରୁ ପ୍ରାୟ ୩୦୦୦ CM ବାଲି ଉଠାଣ ହେଉଛି । ବେନିୟମ ବାଲିଉଠାଣ ଯେତିକି ପରିମାଣରେ ହେଉଛି ତାହାର ବି କିଛି ରେଜିଷ୍ଟାରରେ ଲେଖା ନଯାଇ ଦୈନିକ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଟିପରରେ ବାଲିଉଠାଣ ହେଉଛି । ଯାହା ଫଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଆଣିବାକୁ ହିଞ୍ଜିଳି ଅଞ୍ଚଳର ଶ୍ରୀ ସୁନାରାମ ସାବତ ନିବେଦନ କରିଛନ୍ତି । ଯାହାକି ସ୍ଥାନୀୟ କାର୍ଯ୍ଯାଳୟ ତରଫରୁ ଗୁଡିସର ସ୍ଥାନରେ ବାଲିଉଠାଣ ନେଇ ତଦନ୍ତ ହେଉନଥିବା ନେଇ ବେଳେ ସରକାରଙ୍କ ବହୁ ପରିମାଣର ରାଜସ୍ବ ବାଟମାରଣା ହୋଇଥିବା ସେ ମଧ୍ୟ ଅଭିଯୋଗ କରିଛନ୍ତି । ଅନ୍ୟ ପଟରୁ ସାଧାରଣଜନତା ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା CM ପିଛା ଚଢାଦରରେ କ୍ରୟ କରିଥାନ୍ତି ।ଉକ୍ତ ବାଲିଘାଟର ଏକ CM ପିଛା ଏକଶତ ଟଙ୍କାରେ ନିଲାମି ପକ୍ରିୟା ଥିବା ବେଳେ ବର୍ତ୍ତମାନସେହି ସ୍ଥାନରୁ ଚଢାଦରରେ ଗାଡିମାଲିକ ମାନେ କ୍ରୟ କରୁଥିବା ଶୁଣିବାରେ ମିଳୁଛି । ଯାଫଳରେ ସରକାରଙ୍କ ପକ୍ଷରୁ ମୋ ଘର ଓ ଆବସ ଯୋଜନାରେ ଘର ତିଆରି କରିବା ସହିତ ସାଧାରଣଜନତାଙ୍କ ସକାଶେ ବାଲିଦର ନଇକୂଳିଆ ଗାଁ ଲୋକଙ୍କ ପାଇଁ ବୋଝ ପାଲିଟିଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଏଣୁକରି ସରକାରୀ ଭାବେ ଥିବା ୧୦୦/-ଟଙ୍କା ଦର ସିଏମ ପିଛା ହୋଇ ଥିବା ବେଳେ ବାଲି ଲିଜିଧାରୀ ସିଏମ ପିଛା ପ୍ରାୟ 1000 /- ଟଙ୍କା ରେ ବିକ୍ରି କରିବା ଲୋକଙ୍କୁ ଲୁଟିବା ସଦୃଶ୍ୟ ନୁହେଁ କି ବୋଲି ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଅଭିଯୋଗ କରିଛନ୍ତି । ତେବେ ମାନ୍ୟବର ସରକାର କିଛି ରାଜସ୍ବ ପାଇବା ଆଶାରେ ସର୍ବସାଧାରଣଙ୍କୁ ଲିଜିଧାରୀଙ୍କ ହୋଉ ବା କିଛି ନ୍ଯସ୍ଥସ୍ବାର୍ଥ ଗୋଷ୍ଠୀକୁ ହାତରେ ଟେକି ଦେଇ ଥିବାରୁ ସେମାନଙ୍କ ଇଚ୍ଛା ମନମୁତାବକ ଅର୍ଥ ଆଦାୟ କରିବାକୁ ସୁଯୋଗ ଦିଆଯିବା କାହା ସ୍ବାର୍ଥରେ ରହିଛି ବୋଲି ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ମାନେ ଚର୍ଚ୍ଚା କରୁଛନ୍ତି ।
More Stories
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l
କାଳିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେଲା ଏକାଦଶ ଶ୍ରେଣୀ l