ରିପୋର୍ଟ :ଯାଜପୁର ବରୀ ରୁ ସ୍ନେହାଂଶୁ ଶେଖର ମହାନ୍ତି
ବାଇଁଶୀରିଆ ପଞ୍ଚାୟତ ରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ଆଜି ଜାତୀୟ କବି ବାଞ୍ଛାନିଧି ଦାସ ଙ୍କ ଜନ୍ମ ଶତବାର୍ଷିକୀ ପଞ୍ଚାୟତ ବାସୀଙ୍କ ପକ୍ଷରୁ ପାଳନ କରାଯାଇଛି। ଜାତୀୟ କବି ବାଞ୍ଛାନିଧି ଦାସ ଏକା ଧାରାରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ ଭାବେ ବେଶ ପରିଚିତ ଥିଲେ। କବି ଶ୍ରୀ ଦାସଙ୍କ ଜନ୍ମ ଶତବାର୍ଷିକୀ ରେ କବି ଙ୍କ ଦ୍ଵାରା ରଚିତ କବିତା ପାଠ ସହିତ ଏକ ଆଲୋଚନା ଚକ୍ର ମହାସମାରୋହରେ ଜାତୀୟ କବି ବାଞ୍ଛାନିଧି ଦାସଙ୍କ ଜନ୍ମ ଶତବାର୍ଷିକୀ କମିଟି ଓ ବାଇଁଶୀରିଆ ପଞ୍ଚାୟତବାସୀଙ୍କ ପକ୍ଷରୁ ପାଳନ କରାଯାଇଛି।
ଏହି କାର୍ଯ୍ୟକ୍ରମ ରେ ପୂଜ୍ୟପୂଜା ପରିଷଦର ଆବାହକ ସମାଜସେବୀ ସତ୍ୟରଞ୍ଜନ କର ସଭାପତି କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ବରୀ ତହସିଲଦାର ତିଳୋତ୍ତମା ପୃଷ୍ଟି ଯୋଗଦେଇ ଆଲୋଚନା ଚକ୍ରକୁ ଉଦ୍ଘାଟନ କରିଥିଲେ। ଆମ ଦେଶ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପୂଜାରୀ ଥିଲେ ଜାତୀୟ କବି ବାଞ୍ଛାନିଧି ଦାସ,ତାଙ୍କ ପ୍ରତିଟି କବିତାରେ ଥିଲା ଜାତୀୟ ପ୍ରେମି ମଣିଷ ନିମନ୍ତେ ପ୍ରେରଣାର ଉତ୍ସ ବୋଲି ବରୀ ତହସିଲଦାର କହିଥିଲେ l ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ରୂପେ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟର ପୂର୍ବତ୍ତନ ଅଧକ୍ଷ୍ୟ ସୁବାଷ ଚନ୍ଦ୍ର ବିଶ୍ୱାଳ ଯୋଗଦେଇ ପ୍ରଶାସନ ପକ୍ଷରୁ ସାରା ଯାଜପୁର ଜିଲ୍ଲାରେ କାର୍ଯ୍ୟକ୍ରମ ହେବା ଦରକାର ବୋଲି ମତ ରଖିଥିଲେ l ଅଧ୍ୟାପକ ପ୍ରଶାନ୍ତ ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦେଇ ନିଜର ସାରଗର୍ଭକ ବକ୍ତବ୍ୟ ମାଧ୍ୟମରେ କବିଙ୍କ ଜୀବନୀକୁ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ସୂଚନା ଲୋକ ସମ୍ପର୍କ ବିଭାଗର ଅଧିକାରୀ ଶକ୍ତିରଞ୍ଜନ ରାଉତ ଓ ଗବେଷକ ପୂର୍ଣ୍ଣଚନ୍ଦ୍ର ଜେନା ଯୋଗଦେଇ କବିଙ୍କର ସାମ୍ବାଦିକତା ଓ ସ୍ୱାଧୀନତା ସଂଗ୍ରାମର କାର୍ଯ୍ୟାଧାରାକୁ ମୂଲ୍ୟାୟନ କରିଥିଲେ l ବାଇଁଶୀରିଆ ପଞ୍ଚାୟତର ସମିତି ସଭ୍ୟ ରଶ୍ମିତା ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ ବେଳେ ପ୍ରଶାନ୍ତ ସାହୁ ସ୍ୱାଗତ ଅଭିଭାଷଣ ଦେଇଥିଲେ l
ଅନ୍ୟମାନଙ୍କ ମଧ୍ୟରେ ଗାୟକ ଗୁନଚରଣ ନାୟକ, କବି ସରୋଜ ଦାଶ, କବୟତ୍ରୀ ସବିତା ନାୟକ, ଅନନ୍ତ ଚରଣ ଭୂଇଁଆ, ପ୍ରଫୁଲ୍ଲ ତ୍ରିପାଠୀ ପ୍ରମୁଖ ଯୋଗଦାନ କରି କବି ବାଞ୍ଛାନିଧି ଦାସଙ୍କ ରଚିତ କବିତାପାଠ କରିଥିଲେ l ପ୍ରତାପ ନାୟକ, ତ୍ର୍ୟଲୋକ୍ୟ ବୈତେଇ, କୈଳାଶ ଦାଶ, ଶତ୍ରୁଘନ ଦାଶ , ବିରଞ୍ଚି ଦାଶ, ଅକ୍ଷୟ ଦାଶ, କପିଳେଶ୍ଵର ଦାଶ, ଧୀରେନ୍ଦ୍ର କୁମାର ଦାଶ ପ୍ରମୁଖ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ କବିଙ୍କ ପ୍ରତିମୂର୍ତ୍ତି ବାଇଁଶୀରିଆ ଗ୍ରାମପଞ୍ଚାୟତରେ ସ୍ଥାପନ ହେବା ସହ MDR 14 ଠାରୁ ସାରଙ୍ଗପୁର ପର୍ଯ୍ୟନ୍ତ ରାସ୍ତାକୁ ଜାତୀୟ କବି ବାଞ୍ଛାନିଧି ଦାସ ମାର୍ଗ କରିବାକୁ ପ୍ରଶାସନ ପାଖରେ ଦାବି କରଛନ୍ତି l ବାବୁଲି ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଲକ୍ଷ୍ମଣ ସାହୁ, ସଂଗ୍ରାମ ପାଲାଇ, ଲକ୍ଷ୍ମଣ ମଳିକ, ରାମଚନ୍ଦ୍ର ଲେଙ୍କା, ଅମୁଲ୍ୟ ମହାନ୍ତି, ସନ୍ତୋଷ ଦାଶ, ଅଭିମନ୍ୟୁ ଦାଶ ପ୍ରମୁଖ ସହଯୋଗ କରିଥିଲେ । ବରୀ ପୂଜ୍ୟ ପୂଜା ପରିଷଦ ପକ୍ଷରୁ ଅତିଥି ମାନଙ୍କୁ ଉପଢୌକାନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l
More Stories
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।
ବ୍ଲକ ରେ ପାଳିତ ହେଲା ସ୍ୱଚ୍ଛତା ହିଁ ସେବା ଦିବସ l
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l