କଳାହାଣ୍ଡି- ସାରା ରାଜ୍ୟ ରେ ପ୍ରଭୁ ଜଗନ୍ନାଥ ଙ୍କ ରଥ ଯାତ୍ରା ଗୋଟିଏ ଦିନ ରେ ପାଳନ ହୋଇଥାଏ । ତେବେ ଏମିତି ଏକ ଗ୍ରାମ ରହିଛି ଯେଉଁଠି ରଥ ଯାତ୍ରା ତା ପରଦିନ ପ୍ରଭୁ ଜଗନ୍ନାଥ ଙ୍କ ରଥ ଯାତ୍ରା ରାମ ମନ୍ଦିରରେ ପାଳନ ହୋଇଥାଏ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ଛତିଶଗଡ ସୀମାନ୍ତ ବୁଢିମୁଣ୍ଡା ଗ୍ରାମରେ ରହିଛି ଏହି ପରମ୍ପରା । ମଙ୍ଗଳବାର ସାରା ରାଜ୍ୟରେ ରଥଯାତ୍ରା ପାଳନ ହୋଇଥିବା ବେଳେ ବୁଧବାର ଏଠାରେ ମହା ଆଡମ୍ବର ସହ ପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା ପାଳିତ ହୋଇଛି ।
୧୯୮୩ ମସିହାରେ ଅଞ୍ଚଳର ସମାଜ ସେବୀ ଦିଗସନ୍ ମଙ୍ଗରାଜ ବୁଢ଼ିମୁଣ୍ଡା ଗ୍ରାମ ନିକଟସ୍ଥ ଏକ ପାହାଡ଼ରେ ରାମ ମନ୍ଦିର ନିର୍ମାଣ କରି ସେଠାରେ ରଥଯାତ୍ରା ର ଦୀତ୍ଵୀୟ ଦିନରେ ରଥଯାତ୍ରା ଆରମ୍ଭ କରିଥିଲେ । ଯାହାକି ଆଜକୁ ୪୦ ବର୍ଷ ହେବ ଏହି ପରମ୍ପରା ଚଲି ଆସୁଛି । ଦୀର୍ଘ ବର୍ଷ ଧରି ବୁଢ଼ୀମୁଣ୍ଡା ପାହାଡ଼ରେ ରଥଯାତ୍ରା ପାଳନ ହେଉଥିବା ବେଳେ ଚଳିତ ବର୍ଷ ସ୍ଥାନ ପରିବର୍ତ୍ତନ ହୋଇ ଛିଲିପା ଗ୍ରାମ ତେଲ ନଦୀ କୂଳ ଜେନା ପାହାଡ଼ ରେ ନବନିର୍ମିତ ମନ୍ଦିର ଠାରେ ରଥଯାତ୍ରା ଆରମ୍ଭ ହୋଇଛି ।
ରଥଯାତ୍ରା ଦିନ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ରାମ ମନ୍ଦିର ରୁ ରଥ ବାହାରି ସାଲବେଗ ପିଠ ଠାରେ ରହିଥିଲା । ଡିତ୍ୱୀୟ ଦିନରେ ପ୍ରଭୁ ରଥାରୂଢ଼ ହୋଇ ଭକ୍ତ ଓ ଶ୍ରଦ୍ଧାଲୁ ଙ୍କ ଗହଣରେ ମନ୍ଦିର ଅଭିମୁଖେ ବାହାରି ଥିଲେ । ଏହି ସମୟରେ ଦୀର୍ଘ ତିନି କିଲୋମିଟର ପର୍ଯ୍ୟନ୍ତ ପ୍ରବଳ ଜନସମାଗମ ହୋଇଥିଲା । ରଥଯାତ୍ରା ତା ପରଦିନ ହେଉଥିବାରୁ ଅଞ୍ଚଳ ତଥା ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଜିଲ୍ଲା ରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥଏ ।ତେବେ ପୁର୍ବ ସ୍ଥାନରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ଯୋଗୁଁ ସ୍ଥାନ ପରିବର୍ତ୍ତନ କରାଯାଇଥିବା ପ୍ରକାଶ କରିଛନ୍ତି ଯାତ୍ରା ର ମୁଖ୍ୟ ପୁରୋଧା ଦିଗସନ ମଙ୍ଗରାଜ ।
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”