ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ବାଲିଗୁଡ଼ା ୧୦/୧୧/୨୩ ଆଜିର ଏହି ଆଧୁନିକ ଯୁଗରେ ଲୋକମାନେ ରେଡ଼ିଓ କୁ ଭୁଲି ଯିବା ସମୟରେ ପୁନର୍ବାର ଲୋକମାନଙ୍କ ମନୋରଞ୍ଜନ ଓ ଦେଶ ବିଦେଶ ଓ ଗ୍ରାମାଞ୍ଚଳର ଖବର ଜଣେଇବା ନିମନ୍ତେ ବାଲିଗୁଡ଼ା ବନବାସୀ ସେବା ସମିତି ର ଏକ ପ୍ରୟାସ ରେଡ଼ିଓ ମହକ ଆଜି ବାଲିଗୁଡ଼ା ବନବାସୀ ସେବା ସମିତି ପରିସରରେ ଉଦଘାଟନ ହୋଇଯାଇଛି। ୩୦ କିଲୋମିଟର ଦୂରତା ମଧ୍ୟରେ ଏହି ସୁବିଧା ଲୋକମାନେ ପାଇପାରିବେ । ଆଜିବି ଅନେକ ଗାଁ ଅଛି ଲୋକମାନେ ମୋବାଇଲ୍, ଟିଭି, ଇଣ୍ଟରନେଟ ବିଦ୍ୟୁତ୍ ର ସୁବିଧା ଠାରୁ ବହୁ ଦୂରରେ ଯାହା ଦ୍ୱାରା ଆଜି ବି ଲୋକମାନେ ଅନେକ ସରକାରୀ ସୂଚନା ପାଇବାରୁ ବଞ୍ଚିତ। ଏହି ସମସ୍ତ ବିଷୟକୁ ଦୃଷ୍ଟି ଆଗରେ ରଖି ଆଜି ବାଲିଗୁଡ଼ା ବନବାସୀ ସେବା ସମିତି ପରିସର ମଧ୍ୟରେ ରେଡ଼ିଓ ମହକ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଓ ଉପଖଣ୍ଡ ଆରକ୍ଷ ଅଧିକାରୀ , ପି ଆଇ ଟି ଡି ଏ କୃପାସିନ୍ଧୁ ବେହେରା ଙ୍କ ଉପସ୍ଥିତିରେ ଦ୍ଵୀପ ପ୍ରଜଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ। ଏହି ଶୁଭ ମୁହୂର୍ତ୍ତ ରେ ଏକ ରକ୍ତ ଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବନବାସୀ ସେବା ସମିତି ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ଉଛବ ଚନ୍ଦ୍ର ଜେନା ପରିଚାଳନା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀ ଗୋବିନ୍ଦ ପ୍ରଧାନ, ଉପଖଣ୍ଡ ଲୋକସୁଚନା ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା,ଫୁଲବାଣୀ ଶିଶୁ ମଙ୍ଗଳ ସଦସ୍ୟ ଶ୍ରୀ ସଦାଶିବ ପାତ୍ର, ଡକ୍ଟର ମଧୁସୂଦନ ମହାପାତ୍ର ଶାଳ ବଣ ସାହିତ୍ୟ ସଦନ,ବାଲିଗୁଡ଼ା ଉପଖଣ୍ଡ କଳାକାର ସଂଘ, ସଫିକ୍ ଭାଇ,ରବୀନ୍ଦ୍ର କୁମାର ପଣ୍ଡା ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ବନବାସୀ ସେବା ସମିତି ବାଲିଗୁଡ଼ାରେ ରେଡ଼ିଓ ମହକ ଉଦଘାଟନ।

More Stories
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।
ବଡ଼ ମଣିଷ ନୁହେଁ ଭଲ ମଣିଷ ହେବା ଆବଶ୍ୟକ ; ବିଧାୟକ