ରିପୋର୍ଟ:ପ୍ରସନ୍ନ କୁମାର ସ୍ବାଇଁ
ଷଷ୍ଠ ରାଜ ସୁନାଖଳା ମହୋତ୍ସବ କାଉଁରୀ -୨୦୨୪ ରବିବାର ଡିଆଇଇଟି ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ ପ୍ରଭୁ ଜଗନ୍ନାଥ ଓ ମା କାଉଁରୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଉଦ୍ଘାଟନ କରିଛନ୍ତି।ଏହି ଅବସରରେ ପୁରୀ ସାଂସଦ ଡ଼ାକ୍ତର ସମ୍ବିତ ପାତ୍ର ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ।ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ବାଚସ୍ପତି ସୁରମା ପାଢ଼ୀ ପୌରୋହିତ୍ୟ କରିଥିଲା ବେଳେ ସମ୍ମାନୀତ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର,ସାମାଜିକ କର୍ମୀ ଶିବରାମ ମହାପାତ୍ର, ଜୟନ୍ତ କୁମାର ନାୟକ, ଲକ୍ଷ୍ମଣ ରଣା ପ୍ରମୁଖ ମଞ୍ଚାସୀନ ଥିଲେ।ଗୁରୁ ଅବିନାଶ ସୁବୁଦ୍ଧିଙ୍କ ନିର୍ଦ୍ଦେଶନାରେ ଜାତୀୟ ସଙ୍ଗୀତ ଓ ସ୍ବାଗତ ସଙ୍ଗୀତ ପରିବେଷିତ ହୋଇଥିଲା।

ରାଜ୍ୟ ସରକାରଙ୍କ ଭାଷା ଓ ସଂସ୍କୃତି ବିଭାଗ ସହଯୋଗରେ ସ୍ଥାନୀୟ ଅଞ୍ଚଳର ଐତିହ୍ୟ, ସଂସ୍କୃତି, ପରମ୍ପରାର ପ୍ରଚାର ସହ ଅନ୍ତର୍ନିହିତ ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟ ନେଇ ମହୋତ୍ସବ ଆୟୋଜକ କମିଟି ପକ୍ଷରୁ ଆୟୋଜିତ ମହୋତ୍ସବର ମୁକ୍ତାକାଶ ରଙ୍ଗମଞ୍ଚରେ ଝଲସି ଉଠିଥିଲା ସ୍ଥାନୀୟ ପରମ୍ପରୀକ ବିବିଧ ନୃତ୍ୟ ,ସମରକଳା ଓ ବିଭିନ୍ନ ଲୋକକଳା ସହ ଦର୍ଶକଙ୍କ ମନ ମୋହିଥିଲ ଆସାମର ବିହୁ ନୃତ୍ୟ ,ବାଲେଶ୍ଵରର ଶ୍ରଦ୍ଧା କ୍ରିଏଟିଭ ଆର୍ଟସ କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ। ମଧ୍ୟାହ୍ନରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା କାଉଁରୀଙ୍କ ମନ୍ଦିର ପ୍ରାଙ୍ଗଣ ଠାରୁ ମାଁଙ୍କ ଜ୍ୟୋତି ଓ ପ୍ରତିମାକୁ ନେଇ ଏକ ବିରାଟ ପଟୁଆର ସହିତ ଢୋଲ ମହୁରୀ,ଦଣ୍ଡ ନୃତ୍ୟ, ପାଇକ ଆଖଡା

ଏବଂ ବିଭିନ୍ନ ସାଂସ୍କୃତିକ ନୃତ୍ୟ ଗୀତ ମାଧ୍ୟମ ରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ନେଇ ମହୋତ୍ସବ ପଡ଼ିଆକୁ ଶୋଭାଯାତ୍ରା ପହଞ୍ଚି ମଞ୍ଚରେ ସ୍ଥାପନ କରାଯାଇଥିଲା।ସଭାକାର୍ଯ୍ୟ ମଧ୍ୟରେ ପ୍ରତିଭାବାନ ବ୍ୟକ୍ତିତ୍ବ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।ମହୋତ୍ସବ କମିଟିର ସଭାପତି ତଥା ସ୍ଥାନୀୟ ସରପଞ୍ଚ ଚିତ୍ତରଞନ ପ୍ରଧାନ ସ୍ବାଗତ ଭାଷଣ ଓ ସମ୍ପାଦକ ଜୟେନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ ସହ ବିବରଣୀ ପଠନ କରିଥିଲେ।


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।