ଖୋର୍ଦ୍ଧା ବୁଧବାର ସନ୍ଧ୍ୟାରେ ସାମନ୍ତରାପୁର ଠେଙ୍ଗାହାଟ ଛକରେ ବ୍ରାଉନସୁଗାର ବେପାରି ଙ୍କୁ ଗୁଳିମାଡ ହୋଇଥିଲା ସୂଚନା ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିବା ବେଳେ ସୋମନାଥ ଭୁଜବଳ ଓରଫ ପାକୁ(୩୪) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ ବୁଧବାର ସନ୍ଧ୍ୟା ପ୍ରାୟ ୯ଟା ବେଳେ ଏକ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ରେ ଆସିଥିବା ଅଜଣା ଦୁଇ ଦୁର୍ବୃତ୍ତ ସୋମନାଥଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ଆକ୍ରମଣକାରୀ ମାନେ ସୋମନାଥ ଭୁଜବଳ ଓରଫ୍ ପାକୁଙ୍କ ଉପରକୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ପେଟ ଓ ଅଣ୍ଟାରେ ୨ଟି ଗୁଳି ମାଡ଼ ହୋଇଥିଲା ସୋମନାଥଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।କିନ୍ତୁ ଆଜି ସୋମନାଥ ଭୁଜବଳ ଓରଫ ପାକୁ ହସ୍ପିଟାଲରେ ମୃତୁବରଣ କରିଛନ୍ତି ବ୍ରାଉନସୁଗାର କାରବାର ନେଇ ସମ୍ପୃକ୍ତ ସୋମନାଥଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ବେଳେ ସେ କିଛି ଦିନ ତଳେ ଜେଲରୁ ଫେରି ମାଛ ବ୍ୟବସାୟ କରୁଥିଲେ !!
ଖୋର୍ଦ୍ଧା ବ୍ରାଉନସୁଗାର ବ୍ୟବସାୟୀ ଗୁଳିମାଡ଼ରେ ମୃତ!!


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।