ରିପୋର୍ଟ :କପିଳେଶ୍ଵର ସିଂହ
ଆସନ୍ତା କାଲି ପବିତ୍ର ଘୋଷଯାତ୍ରା,ଏହି ରଥଯାତ୍ରା ଦେଖିବାପାଇଁ ଦକ୍ଷିଣ ଓଡ଼ିଶା ତଥା ଦକ୍ଷିଣ ଭାରତୀୟ ତୀର୍ଥଯାତ୍ରୀ ମାନେ ନିରାକାରପୁର ରେଲଔୌଷ୍ଟେସନରେ ଓହ୍ଲେଇ ଏଠାରୁ ବସ୍, ଟ୍ୟାକ୍ସି ଯୋଗେ ନୁଆଜଗନ୍ନାଥ ସଡକଦେଇ ପୁରୀ ଯାଇଥାନ୍ତି,ଏଠାରୁ ପୁରୀ ମାତ୍ର ୪୫କିମି ହେବାଯୋଗୁଁ ତୀର୍ଥଯାତ୍ରୀ ମାନେ ସହଜରେ ରଥଯାତ୍ରା ଦେଖି ଫେରିଥାନ୍ତି।ଏହି ଷ୍ଟେସନ ରେ ଫ୍ଲାଟ୍ ଫର୍ମ ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ଯୋଗୁଁ ସବୁ ପାଣିଟ୍ୟାପ ଗୁଡିକ ଅକାମୀ ହୋଇ ପଡ଼ିରହିଛି, ଏକନଂପ୍ଲାଟଫର୍ମରେଲାଗିଥିବା ପାଣିମେସିନ୍ ରେ ପାନୀୟ ଜଳଯୋଗାଣ କରାଯାଉଥିଲେ ମଧ୍ୟ ଟୋପାଏ ପାଣି ପାଇଁ ଲମ୍ବା ଲାଇନ୍ ଲଗେଇବାକୁ ପଡୁଛି,ଚାରି ନଂପ୍ଲାଟଫର୍ମରେ ଥିବା ନଳକୂପଟି ବହୁଦିନ ଧରି ଅଚଳ ହୋଇପଡିଛି, ଏବଂ ଏହି ଫ୍ଲାଟ୍ ଫର୍ମ ରେ ଗୋଟିଏଗାଡି ରହିଥିବା ଯୋଗୁଁ ଓଭରବ୍ରୀଜ୍ ଉପରେ ଯାଇ ଏକନଂ ଫ୍ଲାଟ୍ ଫର୍ମ ରୁ ପାଣି ଆଣିବାକୁ ଯିବାକୁ ପଡୁଛି।ଏହି ନଳକୂପଟିର ମରାମତି ପାଇଁ ଖୋର୍ଦ୍ଧା ରେଳମଣ୍ଡଳ ପ୍ରବନ୍ଧକଙ୍କୁ ଜଣାଜାଇଥିଲେ ମଧ୍ୟ ସେ ଏହି ବିଭାଗର ଅଧିକାରୀ ଙ୍କୁ ଆଦେଶ ଦେବା ସତ୍ବେ ଏପର୍ଯ୍ୟନ୍ତ ମରାମତି କରି ନଯାଇଥିବାରୁ ଯାତ୍ରୀମାନେ ତଥା ଅଞ୍ଚଳବାସୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି।
More Stories
ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l
ଗ୍ରିଲ ତାଡ଼ି ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଲେ ଦୁର୍ବୁତ୍ତ
ବିନା କାଗଜ ପତ୍ରରେ ଚାଲିଛି ବିଦ୍ୟାଳୟ,ଛାତ୍ର ଛାତ୍ରୀ ବୁହା ହେଉଛନ୍ତି କବାଡି ଗାଡ଼ିରେ l