ଖୋର୍ଦ୍ଧା : ଆଜି ସାମ୍ବାଦିକ ସମିଳନୀ କରି ଖୋର୍ଦ୍ଧା ପୋଲିସ କଲା ପର୍ଦାଫାଶ ନିଶା ମାଫିଆ ସୋମନାଥ ଭୁଜବଳ ହତ୍ୟାକାଣ୍ଡରେ ଖୋର୍ଦ୍ଧା ପୋଲିସକୁ ମିଳିଛି ବଡ଼ ସଫଳତା ।ଏନେଇ ଆଜି ସାମ୍ବାଦିକ ସମିଳନୀରେ ଖୁଲାସା କରିଛନ୍ତି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ପ୍ରଧାନ ସହ 6 ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ଏହି ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ କରିଥିଲା ପୋଲିସ.ସାହିତ୍ୟ ବେହେରା ଓ ରାଜ ଦଳବେହେରା ଗିରଫ ହୋଇଥିଲେ ।

କିନ୍ତୁ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ପ୍ରଧାନ ସହ ମନୋରଞ୍ଜନ ସାହୁ,ସନ୍ତୋଷ ସେଠି,ବଳରାମ ରାଉତରାୟ, ମୃତ୍ୟୁଞ୍ଜୟ ସେଠି ଓ ବିଶ୍ୱେଶ୍ୱର ଷଡ଼ଙ୍ଗୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ 4ଟି ବନ୍ଧୁକ ଓ ମଗାଜିନ,11 ରାଉଣ୍ଡ ଜୀବନ୍ତ ଗୁଳି,ଦୁଇଟି ଖଣ୍ଡା,10ଟି ମୋବାଇଲ ଫୋନ,ଦୁଇଟି ବୋଲେରୋ,ଦୁଇଟି ସ୍କର୍ପିଓ ଏବଂ ଗୋଟିଏ i20 କାରକୁ ଜବତ କରାଯାଇଛି । ପୂର୍ବ ବ୍ୟବସାୟିକ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ସ୍ପଷ୍ଟ କରିଛନ୍ତି ଏସପି କଟାରିଆ । ଗତ 7ତାରିଖ ରାତିରେ ସାମନ୍ତରାପୁର ଠେଙ୍ଗାହାଟ ଛକରେ ସୋମନାଥ ଏକାକି ଠିଆ ହୋଇଥିବା ବେଳେ ଏକ ପିକଅପ ଭ୍ଯାନରେ କିଛି ଦୁବୁର୍ତ ଆସି ଅତର୍କିତ ଭାବେ ସୋମନାଥଙ୍କୁ 8 ରାଉଣ୍ଡ ଗୁଳିମାଡ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା ।

ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏତେ ସଂଖ୍ୟାରେ ବନ୍ଧୁକ କିପରି ଓ କେଉଁଠୁ ଜିଲ୍ଲାକୁ ଆସୁଛି ତାହା ଏବେ ଜିଲା ପୋଲିସର ନିଦ ହଯାଇଛି । ଆଉ ଏଥିପାଇଁ ଏକ ସ୍ଵତନ୍ତ୍ର ଟିମ କରାଯାଇ ବନ୍ଧୁକ ଆସୁଥିବା ଗ୍ୟାଙ୍ଗକୁ ଖୁବଶୀଘ୍ର ବନ୍ଦ କରାଯିବ ବୋଲି ଏସପି କହିଛନ୍ତି । ସେହିପରି ମୁଖ୍ୟ ଅଭିଯୁକ୍ତ ସଂଜୟ ନାମରେ ବିଭିନ୍ନ ଥାନାରେ 10ରୁ ଉର୍ଦ୍ଧ୍ବ ସଙ୍ଗିନ ମାମଲା ରହିଥିବା ଏସପି କହିଥିବା ବେଳେ । ସମସ୍ତ ଅଭିଯୁକ୍ତଙ୍କୁ 14 ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ଏସପି ସିଦ୍ଧାର୍ଥ କଟାରିଆ କହିଛନ୍ତି ।


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.