କୋଦଳା, (ଦେବାଶିଷ ମହାରଣା)
କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ପଞ୍ଚାୟତ ଠାରେ ଥିବା ଅର୍ଜୁନ ପଲିଟ୍ରି କୁକୁଡ଼ା ଫାର୍ମ ରେ ଗତ 19 ଏପ୍ରିଲ ରାତିରେ ଫାର୍ମ ର କର୍ମଚାରୀ ଓ ମାଲିକ ଙ୍କୁ ଦାଦା ବଟି ମାଗିବା ଏଵଂ ବନ୍ଧୁକ ଦେଇ ଧମକ ଦେବା ଅଭିଯୋଗ ରେ ଦୁଇ ଜଣ ପେସାଦାର ଦୁର୍ବୁତ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋଦଳା ପୋଲିସ | ଘଟଣା କ୍ରମେ ଏପ୍ରିଲ ସତର ତାରିଖରେ ଶରଧାପୁର ଗ୍ରାମର ଟୁନା ଗୌଡ଼, ମୁନା ଗୌଡ଼ ଏଵଂ ପିଣ୍ଟୁ ଗୌଡ଼ ଫାର୍ମ ମାଲିକ ଙ୍କୁ ଫୋନ କରି ଦାଦା ବଟି ମାଗିବା ସହିତ ଜୀବନ ରେ ମାରିଦେବାକୁ ଧମକ ଚମକ ଦେଇଥିଲେ ଏଵଂ 19 ଏପ୍ରିଲ ରାତିରେ ଦୁର୍ବୁର୍ତ୍ତ ମାନେ ଫାର୍ମ ରେ ପହଞ୍ଚି ଫାର୍ମ ମାଲିକ ଦୁତିକୃଷ୍ଣ ସାହୁ ଙ୍କୁ ଦାଦା ବଟି ମାଗିଥିଲେ | କିନ୍ତୁ ଦୁତିକୃଷ୍ଣ ଦାଦା ବଟି ନ ଦେବାରୁ ତିନି ଜଣ ମିଶି ଫାର୍ମ ଆଗରେ ବୋମା ଫୁଟାଇ ଫେରାର ହୋଇ ଯାଇଥିଲେ | ଏ ନେଇ ଫାର୍ମ ମାଲିକ କୋଦଳା ଥାନା ରେ ଲିଖିତ ଅଭିଯୋଗ କରିଥିଲେ | ପୋଲିସ ଏହାର ତଦନ୍ତ କରି ଗତ ସତର ମେ ରେ ଅଭିଯୁକ୍ତ ମୁନା ଗୌଡ଼ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଟୁନା ଏଵଂ ପିଣ୍ଟୁ ଗୌଡ଼ କୁ ଆଜି ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ସୂଚନା ଦେଇଛନ୍ତି କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ | ଉଭୟ ଙ୍କ ଘର ବେଗୁନିଆପଡା ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମରେ ବୋଲି ଜଣା ପଡିଛି | ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ଛଅ ରାଉଣ୍ଡ ଜୀବନ୍ତ ଗୁଳି,ଗୋଟିଏ ଆପାଚି ମୋଟର ସାଇକେଲ ଏଵଂ ଦୁଇଟି ମୋବାଇଲ ଜବତ କରାଯାଇଛି | ଅପରାଧୀ ମାନେ ପୂର୍ବରୁ କୋଦଳା ସମେତ ବେଗୁନିଆପଡା ଏଵଂ ଖଲ୍ଲିକୋଟ ଅଞ୍ଚଳରେ ବେଆଇନ ଦାଦା ବଟି ମାଗିବା ଘଟଣାରେ ସଂଶ୍ଲିଷ୍ଟ ଥିଲେ |


More Stories
ଖଣି ଖାଲରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର l
ପଦାରେ ପଡିଲା ତରବରିଆ ମେଡିକାଲ ରୁ ଡିଶ୍ଚାର୍ଜ !
Prof. Dr. Sanatan Behera caught taking bribe in vigilance net